ସତ୍ୟବାଦୀ ବ୍ଳକର ପ୍ରଥମ ବିଜେପି ସଭାପତିଙ୍କ ଏକାଦଶାହରେ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ପ୍ରଥମ ବିଜେପି ସଭାପତି ତଥା ମହୁରା ଗ୍ରାମ ପଞ୍ଚାୟତର ଦୁଇ ଦୁଇ ଥର ପୂର୍ବତନ ସରପଞ୍ଚ ରାଜ କିଶୋର ବରାଳଙ୍କର ହୃଦ ଘାତରେ ଅଗଷ୍ଟ ୨୫ ତାରିଖରେ ପରଲୋକ ହୋଇଥିଲା । ଆଜି ତାଙ୍କର ଏକାଦଶହା ଅବସରରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପିର ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ , ବିଜେପିର ଯୁବ ସଂଗଠକ ବିଶ୍ୱଜିତ ବଡଜେନା, = ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ, ନାରିକେଳ ବୋର୍ଡର ଉପାଧ୍ୟକ୍ଷ ଡ. ବିଶ୍ୱନାଥ ରଥ, ବିଜେପି ର ବିଜେପିର ରାଜ୍ୟ ନାବାର୍ଡର ସଂଯୋଜକ ପ୍ରାଚୁର୍ଯ୍ୟ ହୋତା, ବିଜେପି ନେତା ଆଦିକନ୍ଦ ଶ୍ରୀଚନ୍ଦନ, ଜନ୍ମଜୟ ମତଗଜସିଂହ ଓ ମୂଳଅଳସା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର୍ଶଣ ପ୍ରଧାନ ଓ ଭାଷ୍କର ମିଶ୍ର ଗଙ୍ଗାଧର ଛାଟୋଇ ପ୍ରମୁଖଙ୍କ ଉପସ୍ଥିତିରେ ସ୍ୱର୍ଗତ ଶ୍ରୀ ବରାଳଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ସାକ୍ଷୀଗୋପିନାଥଙ୍କ ନିକଟରେ ଦୀପଦାନ କରାଯାଇଥିଲା । ପରେ ପରେ ଶ୍ରୀ ବରାଳଙ୍କ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୯/୨୦୨୧=----୭,୨୦
Sakhigopal News, 4/9/2021