Breaking News

ଜଟଣୀ ପୋଲିସ ହାତରେ ଧରାପଡିଛି ଏକ ଚୋର ଗ୍ୟାଙ୍ଗଷ୍ଟାର



ଜଟଣୀ - ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ସହରରେ ଦିନକୁ ଦିନ ଚୋରି ,ଡକାୟତ ଏବଂ ନିଶା ବେପାରୀଙ୍କର ପାଦୃଭାବ ବଢ଼ି ଚାଲିଛି । ଏମାନଙ୍କ ପାଦୃଭାବରେ ଜଟଣୀବାସୀ ଅତିଷ୍ଠ ହୋଇପଡିଛନ୍ତି । ଏଥିରେ ମଧ୍ୟ ଜଟଣୀ ପୋଲିସ ତ୍ରାହି ପାଇନଥିଲା ।  ଜଟଣୀ ପୋଲିସ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ଚଢ଼ଉକରି  ଭିନ୍ନ ଭିନ୍ନ ଘଟଣାରେ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ  ଠାରୁ ଚାରୋଟି ୨ଚକିଆ ଯାନ ଏବଂ ବିଭିନ୍ନ ସାମଗ୍ରୀ ଉଦ୍ଧାରକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଅଛି । ସୂଚନାନୁସାରେ ଜଟଣୀ ପୋଲିସ କେଶନଂ ୪୫୩ ରେ ମାମଲା ରୁଜୁକରି ୪ ଅଭିଯୁକ୍ତମାନେ  ହେଲେ(୧) ଏସକେ ସାହାବୁଦ୍ଦିନ(ବାବୁ)  ଜଟଣୀ ବାଲିଛକ ମୁଣ୍ଡିଆସାହି (୨) ଏସକେ ସ୍ୱାଧୀନ (ବାଦଲ) ଜଟଣୀ ରାଜାବଜ଼ାର ଗଜପତି ନଗର, (୩) ଏସକେ ବାସିରୁଦ୍ଦିନ(ବାଦଶାହ) ଜଟଣୀ ରଥିପୁର 
(୪) ଜଗନ୍ନାଥ ବାରିକ (ରାଜା) ଟ୍ରାଫିକ କଲୋନୀ ଜଟଣୀ ଅଞ୍ଚଳର  ଏମାନଙ୍କ ଠାରୁ ଦୁଇଟି ହୋଣ୍ଡା ଆକ୍ଟିଭା ଏବଂ ଦୁଇଟି ମୋଟରସାଇକେଲ ଜବତ କରିଛି ।  ଉଦ୍ଧାରକାରୀ ଆଜି ମଧ୍ୟାହ୍ନରେ କୋର୍ଟଚାଲାଣ  କରାଯାଇଅଛି ।  ଜବତ ଗାଡ଼ିଗୁଡ଼ିକ ହେଲା (୧) ଧଳାରଙ୍ଗର ହୋଣ୍ଡା (୨) ହୋଣ୍ଡାଆକ୍ଟିଭା ୫ଜି  (୩) ନାଲି  ରଙ୍ଗର  ହିରୋ ହୋଣ୍ଡା (୪)  ମେରୁନ ରଙ୍ଗର ହିରୋହୋଣ୍ଡା ପ୍ୟାସନପ୍ଲୁସ  ପୋଲିସ ଜବତ କରିଛନ୍ତି । ଅନ୍ୟ ଏକ ମାମଲାରେ କେଶନଂ ୪୧୯ ରେ ମାମଲା ରୁଜୁକରି ଦୁଇଅଭିଯୁକ୍ତ (୧) ଇନ୍ଦ୍ରଦ୍ୟୁମ୍ନ ବାରିକ ( ଢୋଳା) ଜଟଣୀ ଥାନା ଅନ୍ତ୍ରଗତ କୁସୁମାଟି ଅଂଚଳର ହୋଇଥିବା ବେଳେ ଅନ୍ୟ ଜଣେ  ଅଭିଯୁକ୍ତ ହେଲା କାଳୁ ପ୍ରସାଦ ଜଟଣୀ ଥାନା ଛଣଘର ଅଂଚଳର ଏମାନଙ୍କ ଠାରୁ ସୁନା ଅଳଙ୍କାର ଜବତ କରି ଅଭିଯୁକ୍ତ ମାନଙ୍କୁ ଜଟଣୀ ପୋଲିସ  କୋର୍ଟ ଚାଲାଣ କରିଛି | ଜଟଣୀ ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି |
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୪/୯/୨୦୨୧--୯,୧୫ 
Sakhigopal News,4/9/2021

Blog Archive

Popular Posts