Breaking News

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 
ଓଡଗାଁ:---ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ପରିବେଶବିତ୍ ତଥା ସମାଜସେବୀ ସୁକାନ୍ତ ଚୌଧୁରୀଙ୍କ ସଭାପତିତ୍ୱରେ ନୟାଗଡ଼ ଜିଲ୍ଲାର ୧୫ ଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ନେଇ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଡପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦାୟ ସମ୍ବର୍ଦ୍ଧନା ସଭା ରେ ଶିକ୍ଷକ ପରିବାରର ଜିଲ୍ଲା ସଭାପତି ଯୁଧିଷ୍ଠିର ପ୍ରଧାନ ଉଦବୋଧନ ଦେବା ସହ ସମ୍ପାଦକ ନିଳାଦ୍ରୀ ବିହାରୀ ସୁବୁଦ୍ଧି ସଂଘୀୟ ବାର୍ତ୍ତା ପ୍ରଦାନ କରିଥିଲେ। 
       ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକ ସମ୍ବର୍ଦ୍ଧିତ ହେବା ଅବସରରେ ନିଜ ନିଜର ଶିକ୍ଷକତା ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହ ଶିକ୍ଷକତା ଏକ ବ୍ରତ ବୋଲି କହି ଉପସ୍ଥିତ ଅନ୍ୟ ଶିକ୍ଷକ ମାନଙ୍କୁ ଅନୁପ୍ରେରିତ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ ମାର୍କଣ୍ଡ ଦାସ, ଶରତ ଚନ୍ଦ୍ର ବସନ୍ତରା, ପ୍ରତିମା ନନ୍ଦ, ପ୍ରତାପ ଷଡଙ୍ଗୀ, ସଂଯୁକ୍ତା ସାହୁ, ଅମିୟ ପ୍ରଧାନ ଇତ୍ୟାଦି ଶିକ୍ଷକ ମାନେ ବିଦାୟୀ ଶିକ୍ଷକ ମାନଙ୍କ ଗୁଣ ଗାନ କରିବା ସହ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ। ବନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସୁଲେଖକ ଡ.ପ୍ରାଣକୃଷ୍ଣ ବେହେରା ସମ୍ବର୍ଦ୍ଧନା ସଭା କୁ ସଂଯୋଜନା କରିଥିଲେ। 

ରିପୋର୍ଟ :- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
୪/୯/୨୧ -----୯,୦୦ 
Sakhigopal News 4/9/2021

Blog Archive

Popular Posts