ଉର୍ଜା ଗ୍ରାହକମାନେ ଏବେ ହ୍ୱାଟସଆପରେ ସମସ୍ତ ସୁବିଧା ପାଇବେ
ସାକ୍ଷୀଗୋପାଳ ------- ଭାରତ ଗ୍ୟାସ କମ୍ପାନୀ ଏବେ ତାର ଉର୍ଜା ଗ୍ରାହକ ମାନଙ୍କ ପାଇଁ ହ୍ୱାଟସଆପରେ ସମସ୍ତ ତଥ୍ୟ ଯୋଗାଇ ଦେଇଛି । ଏହି ଯୋଜନାରେ ଉର୍ଜା ହେଉଛି ଏକ ସମନ୍ନିତ ଯୋଗାଯୋଗ ପ୍ଳାଟଫର୍ମ ଯାହା ବିପିସିଏଲସମସ୍ତ ଚ୍ୟାନେଲକୁ ଗୋଟିଏ ପ୍ଳାଟଫର୍ମରେ ଯୋଡିଛି । ଭାରତ ଗ୍ୟାସ ବୁକିଂ କରିବା ପାଇଁ ହ୍ୱାଟସଆପରେ ୧୩ଟି ଭାଷା ଉପଲବ୍ଧ ରହିଛି ।ଏହା ସହିତ ପେମେଣ୍ଟକରିବା ପାଇଁ ସୁବିଧା ରହିଛି । ଗ୍ୟା ସିଲିଣ୍ଡର ଦର ଜାଣିବା, ଦ୍ୱିତୀୟ ସିଲିଣ୍ଡିର ବୁକିଂ କରିବା, ମୋବାଇଲି ନମ୍ବର ଅପଡେଟ , ପୁର୍ବ ଗ୍ୟାସ ରିଲିଫ ତଥ୍ୟ ଜାଣିବା ଓ ମେକାନିକ ସେବା ପାଇଁ ଏହି ହ୍ୱାଟସଆପ ମାଧ୍ୟମରେ ଘରେ ବସି କରିପାରିବ । ଉର୍ଜା ଗ୍ରାହକ ମାନଙ୍କର ପ୍ରଶ୍ନର ଉତ୍ତର ଦେବା ସହ ଗ୍ରାହକଙ୍କ ପ୍ରଶ୍ନର ସମାଧାନ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହକରିଛି । ଏହି ଅଭିଯାନ ସମ୍ପର୍କରେ ଅରୁଣ କୁମାର ସିଂହ ନିର୍ଦ୍ଦେଶକ , ମାର୍କେଟିଂ କହିଛନ୍ତି ଯେ ଗ୍ରାହକମାନଙ୍କ କଲ୍ୟାଣ କରୁଛି । ଉର୍ଜା ଚାଟବଟ ଜରିଆରେ ଗ୍ରାହକଙ୍କୁ ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଯୋଗାଇ ଦେଇଛି ବୋଲି କହିଛନ୍ତି ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୯/୨୦୨୧=----୭,୨୦
Sakhigopal News, 4/9/2021