ଟ୍ରାଫିକ ସମସ୍ୟା ପାଇଁ ଉପୁଜୁଛି ଦୁର୍ଘଟଣା ;ସିରିଜ ଦୁର୍ଘଟଣାରେ ଗାଡ଼ି କ୍ଷତିଗ୍ରସ୍ତ
ଜଟଣୀ :----ଦିନକୁଦିନ ଜଟଣୀ ସହରରେ ରାସ୍ତାଘାଟ ଜବର ଦଖଲକାରୀଙ୍କ ପାଇଁ ସଂକୀର୍ଣ୍ଣ ହୋଇ ଚାଲିଛି । ସ୍ଥାନୀୟ ପ୍ରଶାସନ ଏ ଦିଗରେ ସମ୍ପୂର୍ଣ ନିରବ ଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହୋଇ ଆସୁଛି l ଯାହାଦ୍ୱାରା ମୋଟର ଯାନ ଚାଳକ ମାନେ ଜଟଣୀ ମୁଖ୍ୟ ରାସ୍ତାରେ ସ୍ଵଛନ୍ଦରେ ଗାଡ଼ି ଚଳାଇବାକୁ ସାହସ ଜୁଟାଇ ପାରୁନାହାନ୍ତି l ଏହି ମର୍ମରେ ଶୁକ୍ରବାର ପ୍ରାୟ ମଧ୍ୟାହ୍ନ ସମୟ ପାଖାପାଖି ମୁଖ୍ୟ ରାସ୍ତାର ହରିଭାଇନା ଛକ ନିକଟରେ ପଛକୁ ପଛ ଏକ ଅଟୋ ତାପଛକୁ ଏକ କାର ଓ ଆଉ ଏକ କାର ମଧ୍ୟରେ ସିରିଜ ଦୁର୍ଘଟଣା ଘଟିଥିଲା l ତେବେ ଦୁର୍ଘଟଣାର ସଠିକ କାରଣ ଜଣାପଡିନଥିଲେ ହେଁ କିଛି ଲୋକଙ୍କ କହିବା ଅନୁଯାଇ ରାସ୍ତା ସଂକୀର୍ଣ୍ଣ ହେତୁ ଅସମ୍ଭବ ଭିଡ଼ ସକାଶେ ନିୟନ୍ତ୍ରଣ ହରାଇବା କାରଣରୁ ଏହି ଘଟଣା ଘଟିଥିଲା l ତେବେ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର ଶାରୀରିକ କ୍ଷତି ହୋଇନଥିଲେ ହେଁ ଗାଡ଼ି ଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା l ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଜାମ ହଟାଇବା ପରେ ଦୁର୍ଘଟଣା ଗସ୍ତ ଗାଡିଗୁଡିକୁ ନିଜ ହେପାଜତକୁ ଆଣି ଥାନା ସମ୍ମୁଖରେ ରଖିଥିଲେ l ଅପରନ୍ତୁ ଏଭଳି ଘଟଣା ଆଜି ନୂଆ ନୁହେଁ ମ୍ୟୁନିସିପାଲିଟି ପ୍ରଶାସନର ଅପାରଗତା ପଣିଆରୁ ସହରରେ ଟ୍ରାଫିକ ସମସ୍ୟା ପାଇଁ ପ୍ରତ୍ୟେକ ଦିନ ଏହିଭଳି ଛୋଟବଡ ଘଟଣା ଘଟୁଥିବା ସାଧାରଣରେ ପରିଲକ୍ଷିତ ହେଉଛି l ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ଦୃଷ୍ଟି ଦେବାକୁ ବରିଷ୍ଠ ନାଗରିକ ମାନେ ଦାବି କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧୦/୨୦୨୫----୯,୩୫ Sakhigopal News,18/10/2025