ଯୁବତୀଙ୍କର ସନ୍ଧେହ ଜନକ ମୃତ୍ୟୁ ,ସାବତ ମା ହତ୍ୟା କରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ
ଗଞ୍ଜାମ---- ଧରାକୋଟ ଥାନା ହୀରାଖଣ୍ଡି ଗ୍ରାମର ୧୭ ବର୍ଷୀୟ ଯୁବତୀ ଝରଣା ଦାସଙ୍କ ସନ୍ଧେହ ଜନକ ମୃତୁ ହୋଇଯାଇଛି । ସାବତ ମା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଅଭିଯୋଗ ପରେ ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ସବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଗ୍ରାମ ଲୋକଙ୍କ ସୂଚନା ମୁତାବକ ଗ୍ରାମର ଶିବରାମ ଦାସ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଆଜକୁ ୧୫ବର୍ଷ ତଳେ ବିଳାସ ଦାସ ଙ୍କ ବିବାହ କରିଥିଲେ । ଶିବରାମଙ୍କ ପ୍ରଥମ ସ୍ତ୍ରୀର ଗୋଟିଏ ପୁଅ ଓ ଝିଅ ମଧ୍ୟ୍ୟ ରହିଥିଲେ । ହେଲେ ସାବତ ପୁଅ ମୁନା ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ସମୟରେ ଘରେ ସାବତ ଝିଅ ଝରଣା ଦାସ ରହୁଥିଲେ । ବାପା ଶିବ ରାମ ମଧ୍ୟ କେରଳରେ ରହୁଥିବା ବେଳେ ସାବତ ମା ବାରମ୍ବାର ଝିଅ ଝରଣାକୁ ଶାରୀରିକ ନିଜ୍ୟାତନା ଦେଉଥିଲା । ଯାହାକୁ ଗ୍ରାମବାସୀ ମଧ୍ୟ ବହୁବାର ଅଭିଯୋଗ କରିଥିଲେ । ହେଲେ ଆଜି ସକାଳେ ହଟାତ ଝରଣାକୁ କଣ ହୋଇଯାଇଛି ବୋଲି ସାବତ ମା ପଡିଶା ଘରକୁ ଜଣାଇଥିଲେ ସେଠାରୁ ଝରଣା କୁ ଆସିକା ମେଡିକାଲ ନେଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ଗ୍ରାମବାସୀ ସହଜରେ ଗ୍ରହଣ କରି ପାରି ନଥିଲେ । ତେଣୁ ଗ୍ରାମ ଲୋକ ଏକତ୍ରିତ ହୋଇ ଶବ ପୋଡିବାକୁ ନ ଦେଇ ଧରାକୋଟ ପୋଲିସ କୁ ଖବର ଦେଇଥିଲେ । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଝରଣାର ସାବତ ମା ବିଷଦେଇ ନିଜ ଝିଅକୁ ମାରିଦେଇଛି।ଯାହା କୁ ଆଧାର କରି ଧରାକୋଟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।ଏପଟେ ମୃତକ ଝରଣା ଙ୍କ ମା ଗ୍ରାମବାସୀ ଙ୍କ ଅଭିଯୋଗ କୁ ଖଣ୍ଡନ କରିବା ସହ କହିଛନ୍ତି ଯେ ତାଙ୍କ ଝିଅ କେଉଁ ପୁଅ ସହ ଫୋନରେ କଥା ହେଉଥିବାରୁ ସେ ଝିଅକୁ ଠିକ ରାସ୍ତା କୁ ଆଣିବା ପାଇଁ ତାକୁ ତଗିଦ କରୁଥିଲେ ।
ଗଞ୍ଜାମ ,ଧରାକୋଟରୁ କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ,୧୬/୯/୨୦୨୧
Sakhigopal News,16/9/2021