Breaking News

ଗାଙ୍ଗପୁର ରେ କୃଷିଭିତ୍ତିକ ପର୍ବ "ନଳଯାତ୍ରା" ଆୟୋଜିତ


ଭଞ୍ଜନଗର--- ସ୍ତମ୍ବ ଉପାସନା ର ନିଆରା ପର୍ବ "ନଳ ଯାତ୍ରା" । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର ଠାରେ ଏହି ପାରମ୍ପରିକ ବାର୍ଷିକ ପର୍ବ  ଚଳିତବର୍ଷ କୋଭିଡ୍ କଟକଣା ଭିତରେ ପାଳିତ ହୋଇଯାଇଛି । କୃଷି ର ଉନ୍ନତି , କ୍ଷେତରେ ରୋଗ-ପୋକ ନିୟନ୍ତ୍ରଣ ଏବଂ ବିଶ୍ବର ମଙ୍ଗଳକାମନା ପାଇଁ ଏଭଳି ଏକ ନିଆରା ପର୍ବ ପାଳନ କରି ଆସୁଛନ୍ତି ଗାଙ୍ଗପୁର ଗ୍ରାମବାସୀ ।  ଆୟୋଜିତ ଏହି ପର୍ବ , ପାରମ୍ପରିକ ନୀତି ଅନୁସାରେ , ନିକଟସ୍ଥ ଜଙ୍ଗଲ ରୁ ୧୨ଫୁଟ ଉଚ୍ଚ ର ତିନୋଟି ନଳବାଉଁଶ ଆଣି ନୂଆଁ ଲୁଗାରେ ସାଜସଜ୍ଜା କରାଯାଇଥିଲା । ଗାଁରେ ପୂଜା ପାଉଥିବା ମା'  ଠାକୁରାଣୀ , କନ୍ଧୁଣୀଦେବୀ ଓ ରତନେଇ ଠାକୁରାଣୀ ଙ୍କ ପ୍ରତୀକ ସ୍ଵରୂପ ପୂଜାର୍ଚ୍ଚନା କରାଯାଇଥିଲା । ପରେ ତିନିଜଣ ଭକ୍ତ , ଠାକୁରାଣୀ ଙ୍କ ପ୍ରତୀକ ସ୍ଵରୂପ ତିନୋଟି "ନଳ ବାଉଁଶ" ଦେବୀଙ୍କୁ ଧରି , ଗାଁ ଶେଷମୁଣ୍ଡରେ ଥିବା ଠାକୁରାଣୀ ଙ୍କ ନିକଟରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ଯାତ୍ରା ଉଦଯାପିତ ହୋଇଥିଲା । ଗାଙ୍ଗପୁର ଗାଁ ଲୋକଙ୍କ ପକ୍ଷରୁ ଏହି ଯାତ୍ରା ର ଆୟୋଜନ କରାଯାଇଥିଲା ।  ବୁଦ୍ଧିଜୀବୀ ଙ୍କ ମତ ଅନୁସାରେ  ଏହି ପର୍ବ ସଂପୂର୍ଣ୍ଣ କୃଷିଭିତ୍ତିକ ପର୍ବ । କେଉଁ ଆବାହମାନ କାଳରୁ ଏହି ପର୍ବ  ପାଳନ ହୋଇ ଆସୁଛି । ଏହି ପର୍ବ ଗଂଜାମ ଜିଲ୍ଲା ର କେବଳ ଗାଙ୍ଗପୁର , ନିକଟସ୍ଥ ପାଲକଷଣ୍ଢା ଗାଁ ସମେତ ଆଉ ଦୁଇ ତିନୋଟି ଗାଁ ରେ ପାଳନ କରାଯାଇଆସୁଥିବା ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୬/୯/୨୦୨୧---- ୧୨,୧୫
 Sakhigopal News,16/9/2021

Blog Archive

Popular Posts