Breaking News

ରଣପୁର ଅବକରୀ ଥାନା ଦ୍ୱାରା ୨ ଗିରଫ


ରଣପୁର ------ ରଣପୁର ଅବକାରୀ ଥାନା ଅଞ୍ଚଳ ରେ ଚୋରା ହାତ ତିଆରି ରାନ୍ଧା ଦେଶୀ ମଦ କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା । ରଣପୁର ଥାନା ଅବକାରୀ ଉପ ନୀରିକ୍ଷକ ଭାବେ ଶୁଶାନ୍ତ କୁମାର ମହାପାତ୍ର  ଅପରାହ୍ନ ରେ ଚଢାଉ କରି ଦେଶୀ ହାତରନ୍ଧା ମଦ କାରବାର ଅଭିଯୋଗ ରେ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଚାନ୍ଦପୁର ଥାନା ବଳରାମପୁର ଗ୍ରାମରେ ଚଡାଉ କରି ୫ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ଭୀମ ପରିଡା (୫୯) କୁ ଗିରଫ କରିଥିବା ଜଣାପଡିଛି ।  ସେହିପରି ବଳରାମପୁର ଚଢାଉ ସମୟରେ ୧୨ ଶହ ଲିଟର ଦେଶୀ ମଦ ପୋଚ କୁ ନଷ୍ଟ କରିଥିବା ଜଣାପଡିଛି ।  ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରୀ ଗ୍ରାମର ଯୋଗୀ ରାଉତ ଙ୍କ ପୁଅ ଲୋକନାଥ ରାଉତ (୩୧) ଙ୍କ ଠାରୁ ୧୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ବେଳେ ତାକୁ ଗିରଫ କରିଥିବା ଜଣାପଡିଛି ।ବଳରାମପୁର ଚଢାଉ ସମୟରେ ୧୨ ଶହ ଲିଟର ଦେଶୀ ମଦ ପୋଚ କୁ ନଷ୍ଟ କରିଥିବା ଜଣାପଡିଛି ।   ନିଜ ଘର ଭିତରେ ମଦ ରାନ୍ଧୁଥିବା ଅଭିଯୋଗ ହୋଇଥିଲା । ଏହି ଚଢାଉ ରେ ଉପ ନିରୀକ୍ଷକ ଙ୍କ ସହ ଅତିରିକ୍ତ ଉପ ନିରୀକ୍ଷକ ଲିଙ୍ଗରାଜ ମହାପାତ୍ର ,ସୁବାଷ ଚନ୍ଦ୍ର ସେଠୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ ।
 ରଣପୁର ରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ ,୧/୮/୨୦୨୧-----୧୦,୧୫ 
Sakhigopal News,1/8/2021


Blog Archive

Popular Posts