Breaking News

ଗ୍ରାମ ରୋଜଗାର ସେବକ ସଂଘର ନୂତନ କର୍ମକତ୍ତା ନିର୍ବାଚିତ


 
ଭଞ୍ଜନଗର- ଭଞ୍ଜନଗର ବ୍ଲକର ଗ୍ରାମ ରୋଜଗାର ସେବକ କର୍ମଚାରୀଙ୍କ ବେଲଶ୍ବର ଦେବଙ୍କ ପୀଠରେ ନୂତନ ସଂଘ ରବିବାର ଗଠିତ ହେଇଯାଇଛି । ଏହି ନୂତନ ସଂଘରେ ୧୪ଜଣ ଗ୍ରାମ ରୋଜଗାର ସେବକ କର୍ମଚାରୀଙ୍କୁ ନେଇ ଗଠନ କରାଯାଇଛି । ନୂତନ ସଂଘ ଗଠନରେ ନୂତନ ସଭାପତି ଭାବେ ବାରୁଡା ଗ୍ରାମ ରୋଜଗାର ସେବକ ରବିନ୍ଦ୍ର ପାତ୍ର ,  ସଂପାଦକ ଭାବେ ଗାଲେରୀ ଗ୍ରାମ ରୋଜଗାର ସେବକ ଆଶିଷ କୁମାର  , ଓ ଜିଲୁଣ୍ଡି ଗ୍ରାମ ରୋଜଗାର ସେବକ ସୁନିତା ଗୈାଡ ଙ୍କୁ ,  କୋଷାଧ୍ୟକ୍ଷ୍ୟ ଭାବେ ଚୟନ କରାଯାଇଛି ।  ଏହି ବୈଠକରେ ଜିଲ୍ଲାସ୍ତରରୁ ମଧ୍ୟ ୭ ଜଣ ସଭ୍ୟ ଉପସ୍ଥିତ ଥିଲେ ।ଏହି ସଂଘର ଗଠନ ହେବା ମୂଳ ଉଦ୍ଦେଶ୍ୟ ଆଗାମୀ ଦିନ ମାନଙ୍କରେ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଉପରେ ଉପସ୍ଥିତ ଥିବା ସେବକଙ୍କ ଦୃଷ୍ଟି ଆର୍କଷଣ କରାଯାଇଥିଲା । କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ କର୍ମଚାରୀମାନଙ୍କର କିପରି ଇପିଏଫ ର ସୁବିଧା ପାଇପାରିବେ ଏହାକୁ ନେଇ ଦାବୀ ପତ୍ର ଜିଲ୍ଲପାଳଙ୍କୁ ପ୍ରଦାନ କରାଯିବ ବାେଲି  ସଂଘ ରେ ନିଷ୍ପତ୍ତି କରିଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୮/୨୦୨୧---୬,୩୦।
 Sakhigopal News,16/8/2021

Blog Archive

Popular Posts