Breaking News

'ଆମେ ଅଛୁ କାର୍ଯ୍ୟକ୍ରମ" ତରଫରୁ ୯୦ଜଣ କୁ ରନ୍ଧାଖାଦ୍ୟ ବଣ୍ଟନ


 
ଭଞ୍ଜନଗର--ଆମେ ଅଛୁ କାର୍ଯ୍ୟକ୍ରମ ତରଫରୁ ଶନିବାର ଅସହାୟ ୯୦ଜଣ ହିତାଧିକାରୀ ଙ୍କୁ ରନ୍ଧା ଖାଦ୍ୟ ପୁଡିଆ ଏବଂ କେତେକ ଲୋକଙ୍କୁ ମାକ୍ସ ମଧ୍ୟ  ବଣ୍ଟନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଜଗବନ୍ଧୁ ଜେନା, ସନ୍ତୋଷ ଜେନା ବାହାଡାପଦର ଗ୍ରାମରୁ ଆସି  ବଣ୍ଟନ କାର୍ଯ୍ୟ କରିଥିଲେ ।  ସାଥୀ ଗୀତାଞ୍ଜଳି ଏବଂ ଝିଲି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ହେଲପିଙ୍ଗ ହାଣ୍ଡ ସ୍ବେଛାସେବୀ ପ୍ରମୋଦ ଭାଇ ଓ ତାଙ୍କ କାର ଚାଳକ ସନ୍ୟାସୀ ବିଭିନ୍ନ ସ୍ଥାନକୁ ଯାଇ ରନ୍ଧାଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ।  ଶ୍ରୀରାମ ନଗର, ଶିରିଡି ମନ୍ଦିର ଛକ, ବଦକୋଦଣ୍ଡ ଛକ, କୁଷ୍ଠାଶ୍ରମ, ଦମକଳ କେନ୍ଦ୍ର ପଛ ପାଖ ବାଲିସାହି, ବାଉଁଶ ଲୁଣ୍ଡି, ମସଜିଦ ଛକ, ଥାନା ଛକ ଇତ୍ୟାଦି ସ୍ଥାନରେ  ଖାଦ୍ୟ ପୁଡିଆ  ବଣ୍ଟନ କରାଯାଇଛି ।  ତାଙ୍କରି ସାଥୀରେ ଆମେ ଅଛୁ କାର୍ଯ୍ୟକ୍ରମ ର ସ୍ବେଛାସେବୀ ଜଗଦୀଶ ପାଣିଗ୍ରାହୀ ଏବଂ ଡି ସିମାଞ୍ଚଳ ପାତ୍ର  ଖାଦ୍ୟ ପୁଡିଆ ବଣ୍ଟନ ବ୍ୟବସ୍ତା କରିଥିଲେ ।  ରୋଷାଇ କାର୍ଯ୍ୟ ରେ ସଂଯୁକ୍ତା ପାଢ଼ୀ, ଗଣେଶ ପାଢ଼ୀ ଏବଂ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ର ହରିହର ପ୍ରଧାନ ସହଯୋଗ କରିଥିଲେ ।  କାର୍ଯ୍ୟକ୍ରମ ର ସଂଯୋଜକ ଶୂଳପାଣି ଶତପଥୀ, ପରିଚାଳକ ପଞ୍ଚାନନ ପାଳ ପ୍ରତି ଦିନ ଆମେ ଅଛୁ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।  କନ୍ଧମାଳ ସାଂସଦ ଙ୍କ ଏହି କାର୍ଯ୍ୟକ୍ରମ କୁ ବହୁଲୋକ ପ୍ରସଂଶିତ  କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୧୨/୬/୨୦୨୧ , ୯,୧୦  Sakhigopal News,12/6/2021

Blog Archive

Popular Posts