Breaking News

ଗଞ୍ଜେଇ ଚୋରା ଚାଲାଣ , ବାଇକ୍ ସହ ୨ ଗିରଫ


ଭଂଜନଗର - ମୋଟର ସାଇକେଲରେ ଗଞ୍ଜେଇ ଚୋରାଚାଲାଣ  ବେଳେ ଭଂଜନଗର ଥାନା ପୋଲିସ୍ ଦ୍ବଳ୨୦ କିଲୋ ୬୦୦ ଗ୍ରାମ୍ ଗଞ୍ଜେଇ ସହ ଗୋଟିଏ ଟିଭିଏସ୍ ବାଇକ୍ ଜବତ କରିବାରେ   ପୋଲିସ ସଫଳ ହୋଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନୟାଗଡ ଥାନା ଅନ୍ତର୍ଗତ ଚାନ୍ଦପୁର ର ମନୋଜ ସାହୁ ଏବଂ ପାଟଣା ଥାନା ଅନ୍ତର୍ଗତ ରତନପୁର ଗ୍ରାମର  ମନୋଜ ସେଠୀ ବୋଲି ଜଣାପଡିଛି । ବାଲିଗୁଡ଼ା ରୁ ଭୁବନେଶ୍ୱର ଯାଉଥିଲେ ବାଇକ୍ ରେ ଯାଉଥିଲେ । କୈ।ଣସି ସୂତ୍ରରୁ ଖବର ପାଇ ଭଂଜନଗର ନିକଟ ଗଣ୍ଡିଶୂଳା ନିକଟ ରେ ଯାଞ୍ଚ ବେଳେ ଏମାନେ ଧରା ପଡ଼ିଥିଲେ । ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅଧିକାରୀ ଆଲୋକ କୁମାର ପ୍ରଧାନ ଙ୍କ ଉପସ୍ଥିତି ରେ  ଗଞ୍ଜେଇ କୁ ଜବତ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୧୨/୬/୨୦୨୧----୯,୪୦ Sakhigopal News 12/6/2021

Blog Archive

Popular Posts