Breaking News

ଜୀବନ ଯୁଦ୍ଧରେ ହାରିଗଲେ ଶିକ୍ଷାବିତ

 ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଚାଇଁପୁର ପଞ୍ଚାୟତ ଗଡକାଳୁପଡା ଗ୍ରାମର ଜଣେ ବିଶିଷ୍ଟ ଶିକ୍ଷାବିତ୍  ଅଜୟ କୁମାର ବଳିଆରସିଂହ(୬୦)ଙ୍କ ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । କିଛିଦିନ ହେବ ଅସୁସ୍ଥତା ପାଇଁ ପୁରୀ ମେଡିକାଲରେ ଚିକିତ୍ସା ହେଉଥିଲେ । ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଜଣେ ଉଚ୍ଚଶିକ୍ଷିତ,ଚାକିରି ପଛରେ ନଗୋଡାଇ ପିଲା ମାନଙ୍କୁ ବେସରକାରୀ ଶିକ୍ଷାଅନୁଷ୍ଠାନ ମାଧ୍ୟମରେ ଶିକ୍ଷାଦାନ କରୁଥିଲେ । ସେ ଛାତ୍ରବତ୍ସଳ,ମିଷ୍ଟାଭାଷୀ,ପରୋପକାରୀ ,ଅଂଚଳ ବିକାଶ ପାଇଁ  ତାଙ୍କର ଅତୁଳନୀୟ ଅବଦାନ ରହିଛିା ତାଙ୍କର ଅକାଳ ବିୟୋଗ ପାଇଁ ତାଙ୍କ ଛାତ୍ର ସର୍ବେଶ୍ୱର ପରିଡା ,ଲିଙ୍ଗରାଜ ପରିଡା,କଳ୍ପତରୁ ବରାଳ,ସୁବାଷ ଚନ୍ଦ୍ର ସାମନ୍ତସିଂହାର,ପୁର୍ଣ୍ଣଚନ୍ଦ୍ର ନାୟକ ଙ୍କ ସମତେ ବନ୍ଧୁ ପ୍ରିୟଜନମାନେ ଶୋକ ପ୍ରକାଶ କରିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୬/୨୦୨୧-----୭,୪୦  

Sakhigopal News , 12/6/2021

Blog Archive

Popular Posts