ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ କୋଭିଡ଼ ସଚେତନତା ରଥ କାର୍ଯ୍ୟକ୍ରମ ର ଶୁଭାରମ୍ଭ
କନ୍ଧମାଳ---- ରାଜ୍ୟରେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଲକ ଡାଉନ ଓ ସଟ ଡାଉନ ଜାରି ରହିଛି । ଉପାନ୍ତ ଅଂଚଳ ଓ ଗ୍ରାମାଞ୍ଚଳ ରେ କରୋନା ସଂକ୍ରମଣ କୁ ନିୟନ୍ତ୍ରଣ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ ଘର ଘର ବୁଲି ସଚେତନତା ନେଇ ନିର୍ଦେଶ ଦେଇଛନ୍ତି । କନ୍ଧମାଳ ଜିଲ୍ଲା ରେ ଗ୍ରାମାଞ୍ଚଳ ରେ କରୋନା ସଚେତନତା ନେଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ କୋଭିଡ଼ ସଚେତନତା ରଥ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ବାଲିଗୁଡା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏହି ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି । ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ତ ନଅ ଟି ବ୍ଲକ ର ପ୍ରତିଟି ଗାଁ ରେ ଏହି ରଥ ବୁଲି ବୁଲି ଲୋକଙ୍କୁ କରୋନା ସଚେତନତା କରାଇବ । ଗ୍ରାମାଞ୍ଚଳ ରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ର ଲୋକଙ୍କୁ କରୋନା ସଚେତନତା ରେ ସାମିଲ କରିବା ଏହି ରଥ ର ମୁଖ୍ୟ ଉଦେଶ୍ୟ । ଗ୍ରାମାଞ୍ଚଳ ର ଜନସାଧାରଣ ଙ୍କୁ ସରକାର ଙ୍କ ସମସ୍ତ କୋଭିଡ ନିୟମକୁ ମାନିବା ସହ ଟୀକା କରଣ ରେ ମଧ୍ୟ ସାମିଲ ହେବା ମୁଖ୍ୟ ଲକ୍ଷ୍ୟ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ , ୧/୬/୨୦୨୧: Sakhigopal News,1/6/2021