Breaking News

ବଡ଼ଦାଣ୍ଡ ଭଜନ ପ୍ରକଳ୍ପ ଚାଲୁ କରିବା ପାଇଁ ଦାବି ପତ୍ର ୃ


ପୁରୀ ----ଶ୍ରୀକ୍ଷେତ୍ର ରେ ଧାର୍ମିକ ବାତାବରଣ ସୃଷ୍ଟି ତଥା ମହାପ୍ରଭୁଙ୍କ ମହିମା ଗାନ ଓ ଶ୍ରଦ୍ଧାଳୁ ଙ୍କ ମନରେ ଭକ୍ତିଭାବ ଜାଗ୍ରତ ନିମନ୍ତେ କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା "ବଡ଼ଦାଣ୍ଡ ଭଜନ ପ୍ରକଳ୍ପ"। ଯେଉଁଥିରେ କି ସିଂହଦ୍ଵାର ଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ଖୁଣ୍ଟରେ ପ୍ରାୟ ୫୦ ରୁ ଉର୍ଦ୍ଧ ଡ଼ାକବାଜି ଯନ୍ତ୍ର ସ୍ଥାପନ କରାଯାଇ ଶ୍ରୀଜଗନ୍ନାଥଙ୍କ ଭଜନ କୀର୍ତ୍ତନ ପରିବେଷଣ କରାଯାଉଥିଲା। ଯାହାକି ପବିତ୍ର ବଡଦାଣ୍ଡ ର ଗାରିମା ବୃଦ୍ଧି କରିବା ସହ ଜଗନ୍ନାଥ ପ୍ରେମରେ ସବୁରିକୁ ଉଦବୁଦ୍ଧ କରୁଥିଲା। ଏବେ ମଧ୍ୟ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାଲିଛି । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ର ସମୟ ଆସିଛି। ପୁଣି ମହାପ୍ରଭୁଙ୍କ ନାମ ଶୁଣିଲେ କରୋନା କାଳୀନ ଅବସାଦରୁ ମୁକ୍ତି ମଧ୍ୟ ମିଳନ୍ତା। ଏହା କାର୍ଯ୍ୟକ୍ଷମ ନହେଲେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ନଷ୍ଟ ହେବାର ଆଶଙ୍କା ରହିଛି। ମାତ୍ର ଅନେକ ଦିନରୁ ଏହି ପ୍ରକଳ୍ପ ଅଚଳାବସ୍ଥା ରେ ପଡ଼ିରହିବା ଦୁର୍ଭାଗ୍ୟଜନକ ମନେ ହେଉଛି।
ତେଣୁ ଏହି "ବଡଦାଣ୍ଡ ଭଜନ ପ୍ରକଳ୍ପ" କୁ ପୁନଃ ନିୟମିତ କାର୍ଯ୍ୟକ୍ଷମ କରାଇବା ପାଇଁ ଆଜି "Association of Twitter Activists, Puri ପକ୍ଷରୁ ସତ୍ୟନାରାୟଣ ସାହୁ, ଆଇନଜୀବୀ ଦେବାଶିଷ ଦାସ, ସନ୍ତୋଷ ସେନାପତି ଏବଂ କୃଷ୍ଣ ପ୍ରଧାନ ପ୍ରମୁଖ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ଏବଂ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଏହାର ଯଥାଶୀଘ୍ର କାର୍ଯ୍ୟକ୍ଷମ ପାଈଁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। 
ପୁରୀ ରୁ ଧୀରେନ୍ଦ୍ର ସେନାପତି,୧/୬/୨୦୨୧, 
Sakhigopal News   1/6/2021

Blog Archive

Popular Posts