ଐତିହ ସୁଆଣ୍ଡୋ ଗ୍ରାମର ପ୍ରବେଶ ପଥରେ ବାବା ଲୋକେଶ୍ୱର ଦେବ ମନ୍ଦିର ନିର୍ମାଣର ଶିଳାନ୍ୟାସ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାର ଐତିହ ଗ୍ରାମ ସୁଆଣ୍ଡୋର ଗ୍ରାମ ଦେବତା ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଧିର ନିର୍ମାଣ ପାଇଁ ଶୁକ୍ରବାର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଓବିସିସି ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ଓବିସିସି ଜେନେରାଲ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ଇଂ ପ୍ରମୋଦ କୁମାର ନାୟକ, ଇଂ ସୁଭମ ପାତ୍ର, ପ୍ରଶାନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପୀ କିର୍ତ୍ତନ ମହାରଣା ପଥର ସ୍ଥାପନ କରିଥିଲେ । ପଣ୍ଡିତ ଲକ୍ଷ୍ମିକାନ୍ତ ନନ୍ଦ ପୂଜାକର୍ମ ଓପୂର୍ଣ୍ଣଚନ୍ଦ୍ର ଦାଶ କର୍ତ୍ତା ଓ ରାମଚନ୍ଦ୍ର ଦାଶ , ଲକ୍ଷ୍ମଣ ଦାଶ , ହାପି, ବାବୁନି ପ୍ରମୁଖ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ପୁରୀ ଜିଲ୍ଲାପାଳଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟ କୋଭିଡ ଗାଇଡି ଲାଇନି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୧---10,25
Sakhigopal News, 4/6/2021