ଘରକୁ ଘର ବୁଲି ଅଧାପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ଗଣନା କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି
ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ଯୋଗୁ ସମସ୍ତେ ଏବେ ଭୟଭୀତରେ ରହିଛନ୍ତି । ଖବରକାଗଜ ଓ ଟିଭି ଖୋଲିଲେ ଶିକ୍ଷକ, ସାମ୍ବାଦିକ ଓ ଜନସାଧାରଣ କରୋନାରେ ସଂକ୍ରମଣ ହୋଇ ମୃତ୍ୟୁ ବରଣ କରୁଛନ୍ତି । ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗ ପକ୍ଷରୁ ୧ ଜୁନ ଠାରୁ ୧୫ ଜୁନ ପର୍ଯ୍ୟନ୍ତ ଘରକୁ ଘର ବୁଲି ଅଧାପାଠ ଛାଡିଥିବା ୬ ବର୍ଷରୁ ୧୮ ବର୍ଷ ଛାତ୍ରଛାତ୍ରୀଙ୍କ ଗଣନା କରାଯିବ । ଏହି ଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି ଆଣିଛି ସତ୍ୟବାଦୀ ଶିକ୍ଷିକ । ଅମୃତ ଦୁନିଅଟ ଏହାକୁ ସତ୍ୟବାଦୀ ବ୍ଳକ ପ୍ରଥାମିକ ଶିକ୍ଷକ ସଂଘ ଏହି କାର୍ଯ୍ୟକୁ ନାପସନ୍ଦ କରିଛି । ମହାମାରୀ ଦୁତୀୟ ଲହର କରୋନା ଯୋଗୁ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରଖାଯାଇଥବା ବେଳେ ଘରୁ ନ ବାହାରିବା ପାଇଁ ରାଜ୍ୟ ସରକାର ସଚେତନତା କରାଇବା ସହ ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି । ଏହା ମଧ୍ୟରେ ସତ୍ୟବାଦୀ ବ୍ଳକରେ ଅନେକ ଶିକ୍ଷକ କୋଭିଡ-୧୯ରେ ମୃତ୍ୟୁ ବରଣ କରିଛନ୍ତି । ଘରକୁ ଘର ବୁଲି ସର୍ଭେ କଲେ ଶିକ୍ଷକ ମାନେ ସଂକ୍ରମଣ ନ ହେବ କିଏବା କହିବ ବୋଲି ପ୍ରଶ୍ନ ଉଠିଛି । ସତ୍ୟାଦୀ ବ୍ଳକ ପ୍ରଥାମିକ ଶିକ୍ଷକ ୟୁନିୟନର ସଭାପତି ପ୍ରହଲ୍ଲାଦ ଦାଶ, ସାଧାରଣ ସମ୍ପାଦକ ବିଜୟ କିଶୋର ନନ୍ଦଙ୍କ ସହ ଅନ୍ୟ କର୍ମକର୍ତ୍ତା ମନେ ଜିଲ୍ଲାପାଳଙ୍କୁ ଏହି ଗଣନା କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୧---୧୦, ୨୫,
Sakhigopal News, 4/6/2021