ସତ୍ୟବାଦୀରେ ୩୮୬ ଜଣ ଟୀକା ନେଲେ
ସାକ୍ଷୀଗୋପାଳ------- ସତ୍ୟବାଦୀ ବ୍ଳକରେ ୪ଶହ ଜଣଙ୍କୁ ଟୀକା ଦେବା ପାଇଁ ରହିଥବା ବେଳେ ୩୮୬ ଜଣ ଟୀକା ନେଇଥିବା ଜଣାପଡିଛି । ମହୁରା ଗ୍ରାମ ପଞ୍ଚାୟତର ପାଣିଛତ୍ର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ୨ଶହ ଜଣ ଟୀକା ନେଇଥିବା ବେଳେ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୩୬ଜଣ ଓ ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୦ ଜଣ ଟୀକା ନେଇଥିବା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୬/୨୦୨୧
Sakhigopal News, 2/6/2021