Breaking News

ବଜାରରେ ୨ଫୁଟ ଉଚ୍ଚର ବର୍ଷା ପାଣି ଲହଡି ମାରୁଛି


 ସାକ୍ଷୀଗୋପାଳ  ---- ସତ୍ୟବାଦୀରେ ଲଘୁଚାପ ଓ ମୌସୁମୀ ବର୍ଷା ଲାଗି ରହିଛି । ଯାହା ଫଳରେକି ବଡ ବଜାରରେ ପାଣି ନିଷ୍କାସନ ନ ହୋଇ ନ ପାରି  ଦୁଇ ଫୁଟ ଉଚ୍ଚର ପାଣି ଜମା ରହିଛି । ଏହି ପାଣି  ଜମିବା ଯୋଗୁ  ରାସ୍ତାରେ ଛୋଟ ବଡ ଖାଲ ଖମା ସୃଷ୍ଟି ହୋଇଛି । ସେଥିଯୋଗୁ ଦୁର୍ଘଟଣା ମାନ ଘଟୁଛି । ବର୍ଷାକୁ ନଜର କରି ସାକ୍ଷୀଗୋପାଳ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ସୃଷ୍ଟି ହୋଇଥବା ଖଶଲଖମା ଗୁଡିକ ଅସ୍ଥାୟୀ ଭାବେ ମରାମତି କରାଯାଇଛି । ବିଶେଷ କରି ବର୍ଷା ଜଳ ନିଷ୍କାସନର କୌଣସି ବାଟ ନଥିବାରୁ ବଜାରରେ ଏହି ସମସ୍ୟା ଦେଖାଯାଇଛି ।  ସବୁଠାରୁ ବଡ କଥା ହେଉଛି ଆଗରୁ ବଜାରରେ ପାଣି ଯିବା ପାଇଁ ବେସରକାରୀ ଜମି ଉପରେ ପାଣି ନିଷ୍କାସନ ହେଉଥିଲା । ଏବେ ଉକ୍ତ ରାସ୍ତା ଉପରେ ଦେକାନ ଘର ହୋଇଯିବାରୁ ପାଣି ନିଷ୍କାସନରେ ବ୍ୟାଘତ ସୃଷ୍ଟି ହୋଇଛି । ଯାହା ଫଳରେକି ପାଣି ରାସ୍ତା ଉପରେ ଲହଡି ମାରୁଛି । ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି, ୧୩/୬/୨୦୨୧----୯,୩୫  

 Sakhigopal News, 13/6/2021

Blog Archive

Popular Posts