୩ ବଖରା ଘର ପୋଡି ପାଉଁଶ
ସାକ୍ଷୀଗୋପାଳ --- ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ବରାଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ତିନି ବଖରା ଘର ସହିତ ଲକ୍ଷାଧିକ ଟଙ୍କରା ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଭୀମସେନ ମହାପାତ୍ରଙ୍କର ଦୁଇ ବଖରା ଓ ମମତା ଭୋଇଙ୍କର ୧ ବଖରା ଘର ପୋଡି ଯାଇଛି । ରାତିରେ ସମସ୍ତେ ଖାଇ ପିଇ ଶୋଇବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେକି ଘରୁ କିଛି ବାହାର କରି ପାରିନଥିଲେ । ଧାନ, ଚାଉଳ, ବିରି, ମୁଗ ଓ ଲୁଗାପଟା, ବାସନକୁସନ ସବୁ ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡିନାହିଁ । ଅନୁମାନ କରାଯାଉଛି ଯେ ମଶା ଧୁଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସତ୍ୟବାଦୀରୁ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଖବର ପାଇ ଗରିବର ସାଥୀ ସ୍ୱେଚ୍ଛାସେବୀ ମାନେ ଅଗ୍ନିବିପନ୍ନ ପରିବାରଙ୍କୁ ଚୁଡା, ଚିନି, ସାବୁନୁ, ଡିଆସିଲ, ବିସ୍କୁଟ, ସୁଜି, ପେଷ୍ଟ ଖାଦ୍ୟ ପ୍ରଦାନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୧---୧୦, ୨୫
Sakhigopal News, 4/6/2021