ଓଗରସୂଆଁ ଶ୍ମସାନ ଓ ଗୋଚର ଜମି ହଡପ ଘଟଣା, ବିବାଦୀୟ ଜମିରେ ବୃକ୍ଷ ରୋପଣ କଲେ ଗ୍ରାମବାସୀ
ଜଟଣୀ-----:ଜଟଣୀବ୍ଲକ ଅନ୍ତର୍ଗତ ଓଗରସୂଆଁ ଗ୍ରାମରେ ଶ୍ମସାନ ଓ ଗୋଚର ଜମିକୁ ହଡପ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ଉକ୍ତ ଜମିକୁ ନେଇ ଗ୍ରାମବାସୀ ଏବଂ ଛଣଘର ସରପଞ୍ଚଙ୍କ ମଧ୍ୟରେ ଘଟଣାଟି ବିବାଦୀୟ ହୋଇପଡିଥିଲା । ଆଜି ସେହି ବିବାଦୀୟ ଜମିରେ ଓଗରସୂଆଁ ଗ୍ରାମବାସୀ ମାନେ କେତେକ ସ୍ଥାନୀୟ ଅତିଥୀଙ୍କୁ ଡାକି ବୃକ୍ଷ ରୋପଣ କରିଛନ୍ତି । ଜଟଣୀବ୍ଲକ ଅନ୍ତର୍ଗତ ଛଣଘର ପଞ୍ଚାୟତର ଓଗରସୂଆଁ ରାସ୍ତାର ନଦୀ ବ୍ରିଜ ନିକଟରେ ଏକ ଗୋଚର ଜମି ରହିଛି । ଯାହାର ସାବକ ପ୍ଲଟ ନଂ -୫୧୬ ଏବଂ ହାଲ ପ୍ଲଟ ନଂ -୫୫୨ ଓ କିସମ ଗୋଚର ଅଟେ । ଏହି ଜମିରେ ଗ୍ରାମର ଗୋରୁଗାଈମାନେ ଚାରଣ କରିବା ସହିତ ଦଳିତ ପରିବାର ଲୋକମାନଙ୍କର ଶବଶକ୍ତାର କରିଥାନ୍ତି । ମାତ୍ର ଏହି ଜମିକୁ କେତେକ ଜମି ମାଫିଆମାନେ ହଡପ କରିଥିବା ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗରେ କହିଥିଲେ । ଉକ୍ତ ଜମିଉପରେ ମୋରମ ଓ ମାଟି ପକାଇ ନିଜ ଅକ୍ତିଆରକୁ ନେବାକୁ ବସିଛନ୍ତି । ଗ୍ରାମବାସୀମାନେ ଏନେଇ ଗତ ୨୦୧୪ ମସିହାଠାରୁ ବିରୋଧ କରୁଥିଲେ ମଧ୍ୟ କେହି କିଛି ନ ଶୁଣି କାର୍ଯ୍ୟାରମ୍ଭ କରିଛନ୍ତି । ତେବେ ଏନେଇ ଗ୍ରାମବାସୀମାନେ ଲିଖିତ ଅଭିଯୋଗ ପ୍ରଶାସନ ଓ ବିଧାୟକଙ୍କୁ ପ୍ରଦାନ କରିଛନ୍ତି । ୨୦୧୪ ମସିହା ଜାନୁୟାରୀ ମାସରେ ଜମି ମାଫିଆମାନେ ଏହି ରାସ୍ତାଉପରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟାରମ୍ଭ କରିଥିଲେ । ତେବେ ଏନେଇ ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ପ୍ରଭୃତି ଗ୍ରାମବାସୀମାନେ ବିରୋଧ କରିଥିଲେ । ଏଥି ସହିତ ତôତକାଳିନ ଖୋର୍ଦ୍ଧାଜିଲାପାଳଙ୍କୁ ଲିଖତ ଅଭିଯୋଗ ହୋଇଥିଲା । ଅଭିଯୋଗପରେ ଏହି କାର୍ଯ୍ୟକୁ ପ୍ରଶାସନ ବନ୍ଦ କରିଦେଇଥିଲା । ଏହିକାର୍ଯ୍ୟ କିଛିଦିନ ବନ୍ଦ ରହିବାପରେ ପୁନଃ ୨୦୨୧ ଜାନୁୟାରୀମାସରୁ ଏହି ରାସ୍ତାକାର୍ଯ୍ୟାରମ୍ଭ ହୋଇଛି । ତେବେ ଏନେଇ ଗ୍ରାମବାସୀଙ୍କ ପୁଣି ଅଭିଯୋଗପରେ ବିଧାୟକ,ଜିଲାପାଳ ଓ ପୁଲିସର ହସ୍ତକ୍ଷେପ ପରେ ଏହିକାର୍ଯ୍ୟ ବନ୍ଦ ରହିଥିଲା । ଏହି ରାସ୍ତାର ସମସ୍ୟାକୁ ନେଇ ଗ୍ରାମବାସୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଠାରେ ଏକ ଶୁଦ୍ଧକ୍ରିୟା ମଣ୍ଡପ ନିର୍ମାଣ କରାଯାଇଥିଲା । ଗତମାସ ୩୦ ତାରିଖରେ ଏହି ରାସ୍ତାରେ ତୃତୀୟ ପର୍ଯ୍ୟାୟଭାବେ କାର୍ଯ୍ୟା ଆରମ୍ଭ କରାଯାଇଛି । ଦିବାଲୋକରେ ଜେସିବି ମାଧ୍ୟମରେ ରାସ୍ତାକୁ ସଫା ସୁତରା କରିବା ସହିତ ରାତି ସମୟରେ ମାଟି ଓ ମୋରମ ପକାଇ ରାସ୍ତା ନିର୍ମାଣ କରିଥିବା ଗ୍ରାମବାସୀମାନେ ଅଭିଯୋଗରେ ଦର୍ଶାଇଛନ୍ତି । ସରକାରଙ୍କ ଅର୍ଥରୁ ବ୍ୟୟ ହୋଇ ନିର୍ମାଣ ହୋଇଥିବା ଶୁଦ୍ଧକ୍ରିୟା ମଣ୍ଡପକୁ ଭାଙ୍ଗିଦେଇ ସେଥିରେ ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଥିବାରୁ ଗ୍ରାମବାସୀମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦଳିତ ସାହିର ଲୋକମାନେ ଏଠାରେ ଶ୍ମଶାନଟିଏ ନିର୍ମାଣ କରିଛନ୍ତି । ଅନ୍ୟପଟେ ବିବାଦ ଘେରକୁ ଆସିଥିବା ଏହି ଜମିରେ ମାଟି ପକାଉଥିବା ଛଣଘର ସରପଞ୍ଚ ସୁନିଲ କୁମାର ରାଉତରାୟଙ୍କୁ ପଚାରିବାରେ ସେ କୁହନ୍ତି, ଉକ୍ତ ଗ୍ରାମ ନିକଟସ୍ଥ ଗୋଜସାହି ଓ ଗୋପିନାଥପୁରବାସୀଙ୍କ ଚାଷଜମି ଜାଗୁଳେଇ ପଦର ମୈାଜାରେ ରହିଛି । ସେମାନଙ୍କ ଚାଷୀଜମିକୁ ଯିବାଲାଗି ଉକ୍ତ ଦୁଇଗ୍ରାମର ଲୋକମାନେ ହଇରାଣ ହର୍କତ ହୋଇ ଯାତାୟତଲାଗି ମୋ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ନିକଟସ୍ଥ ରଙ୍ଗିଆନାଳ ବନ୍ଧରେ ଏକ ରାସ୍ତା ନିର୍ମାଣ କରାଯାଉଛି । ଅନ୍ୟପଟେ ଓଗରସୂଆଁ ଦଳିତସାହି ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ପଞ୍ଚାୟତ ପକ୍ଷରୁ ରାସ୍ତା ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଉକ୍ତ ରାସ୍ତାଲାଗି ୫ଲକ୍ଷ ଟଙ୍କା ଅର୍ଥ ମଞ୍ଚୁର ହୋଇଥିବା ବେଳେ ଏହା ନିଶ୍ଚିନ୍ତ କାର୍ଯ୍ୟକାରୀ ହେବ ବୋଲି ସରପଞ୍ଚ ତାଙ୍କ ଜିଦରେ ଅଟଳ ରହିଛନ୍ତି । ଅନ୍ୟପଟେ ଏହି ଜମିରେ ରାସ୍ତା ନ କରିବାଲାଗି ଓଗରସୂଆଁ ଗ୍ରାମବାସୀମାନଙ୍କ ଦ୍ୱାରା ବାରମ୍ବାର ବୈଠକ ବସିବାପରେ ଆଜି ଖୋର୍ଦ୍ଧାଜିଲା ବିଜେଡି ଉପସଭାପତି ବିଜୟ କୁମାର ଛୋଟରାୟ ଓ ଛଣଘର ପଞ୍ଚାୟତ ସମିତିସଭ୍ୟ ହରମୋନ ରାଉତରାୟ ପ୍ରମୁଖ ଅତିଥୀଭାବେ ଯୋଗଦେଇ ସେହି ବିବାଦୀୟ ରାସ୍ତାରେ ଗ୍ରାମବାସୀଙ୍କ ସହଯୋଗରେ ବୃକ୍ଷ ରୋପଣ କରିଛନ୍ତି । ଏଥିରେ ଓଗରସୂଆଁ ଗ୍ରାମର ବିରଜା ପ୍ରସାଦ ସାହୁ, ଶରତ ମହାପାତ୍ର, ମାନସ କୁମାର ସ୍ୱାଇଁ, ନିବାସ ସ୍ୱାଇଁ, ଘନଶ୍ୟାମ ସ୍ୱାଇଁ, ଛବିନ୍ଦ୍ର ବରାଳ, ସାଧୁ ଚରଣ ରାଉତରାୟ, ଗଦାଧର ରାଉତରାୟ, କାଳୁ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୪/୬/୨୦୨୧, 5--15
Sakhigopal News, 4/6/2021