Breaking News

ସାଇ ମନ୍ଦିରରୁ ହୁଣ୍ଡି ଲୁଟି ନେଲେ ଦୁର୍ବୁତ


 ଜଟଣୀ----- ଜଟଣୀ  ରେଳପଥ ନୀଳାଚଳ ରନିଂରୁମ ନିକଟସ୍ଥ ସାଇବାବା ମନ୍ଦିରରୁ ଗୁରୁବାର ମଧ୍ୟରାତ୍ରିିରେ କେହି ଦୁର୍ବୁତ ହୁଣ୍ଡିଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।  ରାତ୍ର ୯ଟା ସମୟରେ ଠାକୁରଙ୍କ ନିତୀକାନ୍ତି ସରିବାପରେ ମନ୍ଦିରକୁ ତାଲା ପକାଇ ଦିଆଯାଇଥିଲା । ଶୁକ୍ରବାର ପୁର୍ବାହ୍ନରେ ମନ୍ଦିରକୁ ପୂଜକ ଆସିବାପରେ ମନ୍ଦିରର ୩ଟି ତାଲା ଭଙ୍ଗାଯାଇ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏଥି ସହିତ ହୁଣ୍ଡିଭାଙ୍ଗି ସେଥିରୁ ସମସ୍ତଦାନ ଅର୍ଥକୁ ଲୁଟିନେଇଥିିଲେ । ଏନେଇ ସାଇବାବା ମନ୍ଦିର କମିଟିକୁ ଅବଗତ କରାଯାଇଥିଲା । ମନ୍ଦିର କମିଟି ତଥା ଶ୍ରୀସାଇ ଜଗନ୍ନାଥ ସେବାଶ୍ରମ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।  

ଜଟଣୀରୁ ରଙ୍ଗନାଥ ବେହେରା, ୪/୬/୨୦୨୧---5,15

  Sakhigopal News, 4/6/2021

Blog Archive

Popular Posts