ଆଇକନ ଟେଲ ଓ ଭାରତୀୟ ୍ରଆଜାଦମଞ୍ଚ ପକ୍ଷରୁ ବାସୁକେରା ଗ୍ରାମ ସାନିଟାଇଜର
ସାକ୍ଷୀଗୋପାଳ---- ବାଙ୍ଗୋଲର ସ୍ଥିତ ଆଇ କନ ଟେଲ କମ୍ପାନୀର ଡାଇରେକ୍ଟର ସଞ୍ଜୟ ରାଉତଙ୍କ ସହଯୋଗରେ ଭାରତୀୟ ଆଜାଦମଞ୍ଚ ପକ୍ଷରୁ ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଗ୍ରାମକୁ ସାନିଟାଇଜର କରାଯାଇଛି । ସତ୍ୟବାଦୀରେ କରୋନା ପଜେଟିଭ ସଂଖ୍ୟା ଏବେ ଗ୍ରାମ ମାନଙ୍କରେ ଅଧିକ ଦେଖାଯାଇଥିବାରୁ ସାନିଟାଇଜର କରାଯାଉଛି । ପ୍ରଶାସନ ପକ୍ଷରୁ କୌଣସି ଗ୍ରାମ ବା ବଜାର ସାନିଟାଇଜର କରାନଯିବାରୁ ବିଭିନ୍ନ ଦିନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାନିଟାଇଜର କରାଯାଉଛି । ଆଗାମି ଦିନରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମକୁ ସାନିଟାଇଜର କରାଯିବ ବୋଲି ଭାରତୀୟ ଆଜାଦମଞ୍ଚର ସଭାପତି ରାଜ କିଶୋର ବେହେରା କହିଛନ୍ତି । ସତ୍ୟବାଦୀ ବ୍ଳକର ସମ୍ପାଦକ ବିନୟ ପ୍ରଧାନ, ପିପିଲି ବ୍ଳକର ସମ୍ପାଦକ ବିପିନି ବେହେରା, ମନୋଜ ଜେନା, ଜଗନ୍ନାଥ ପଲେଇ, ଚନ୍ମୟୀ ପଣ୍ଡା, ରଶ୍ମି ଭଟ୍ଟ, ରଞ୍ଜନ ସାହୁ, କାଶିନାଥ ବେହେରା, ସୁଧାଂଶୁ ମହାପାତ୍ର, ସୋମନାଥ ଗୋଛାୟତ, ଶ୍ରୀକାନ୍ତ ପ୍ରଧାନ ଓ ଧୀରେନ୍ଦ୍ର ପ୍ରଧାନ ପ୍ରମୁଖ ସାନିଟାଇଜର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୬/୬/୨୦୨୧