ଅଠେଇଶ ଗ୍ରାମକୁ ନବ ନିର୍ମାଣଧୀନ ରାସ୍ତା କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ ଓ ପୁର୍ବତନ ବ୍ଳକ ଅଧ୍ୟକ୍ଷ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ଅଠେଇଶ ଗ୍ରାମକୁ ନବ ନିର୍ମାଣ ଧୀନ ରାସ୍ତା କାମକୁ ନେଇ ପୁଣି ତାତିଛନ୍ତି ଗ୍ରାମବାସୀ । ସେମାନେ କାମ ହେଉଥିବା ଜେସିପି ଆଗରେ ବସିବା ସହିତ ରାସ୍ତା ଉପରେ ବସି ବ୍ଳକ ପ୍ରଶାସନ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । ତାଙ୍କ ସହିତ ସାମିଲ ହୋଇଛନ୍ତି ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଚନ୍ଦ୍ରଶେଖର ହୋତା । ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ହୋତା କହନ୍ତି ରାସ୍ତା ଯେଉଁ ପ୍ଳଟରେ ଯାଉଛି ତାହା ଆମର । ଏଣୁ ସରକାର ନିୟମ ଅନୁସାରେ ଯାଗା ନିଅନ୍ତୁ ନଚେତ ମୋ ଯାଗା ଛାଡି ସେମାନ ରାସ୍ତା କରନ୍ତୁ । ମୋର କିଛି କହିବାର ନାହିଁ । ନଚେତ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ଶ୍ରୀ ହୋତା କହିଛନ୍ତି । ଅନ୍ୟ ପକ୍ଷେ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା କହିଛନ୍ତି କୌଣସି ବେ ସରକାରୀ ଯାଗା ଉପରେ ରାସ୍ତା ଯାଇ ପାରିବ ନାହିଁ । ଯେଉଁଠାରେ ରାସ୍ତାଯାଉଛି ଉକ୍ତ ଯାଗା ତହସିଲଦାର ଚିହ୍ନଟ କରିବା ପରେ ରାସ୍ତା କାମ ହେଉଛି ବିଡିଓ କହନ୍ତି । ଆବଶ୍ୟକ ପଡିଲେ ଅଭିଯୋଗ କାରୀ ଓ ତହସିଲଦାର ଓ ବିଡିଓ ଥାନା ଆଇଆଇସି ସମସ୍ତଙ୍କ ଉପସ୍ଥିତିରେ ଆଉଥରେ ମାପଚୁପ କରାଯିବ । ସୁଚନା ଯୋଗ୍ୟ ଯେ ବ୍ଳକ ପରିସରରେ ଦେଇ ଅଠେଇଶ ଗ୍ରାମକୁ ବହୁ କାଳରୁ ରାସ୍ତା ରହିଛି । ମାତ୍ର ଏବେ ବ୍ଳକ ପ୍ରଶାସନ ପକ୍ଷରୁ ଅଠେଇଶ ଗ୍ରାମ ବାସୀଙ୍କ ପାଇଁ ବ୍ଳକ ପାଶ୍ୱର୍ରେ ଏକ ରାସ୍ତା କରାଯାଉଛି ଏହାକୁ ଗ୍ରାମବାସୀ ମାନେ ବିରୋଧ କରୁଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୬/୬/୨୦୨୧----୯,୦୦, Sakhigopal News , 6/6/2021