Breaking News

ସତ୍ୟବାଦୀ ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ ; ତିନି ଚୋରା ମଦ ବେପାରୀ ଗିରଫ


  ସାକ୍ଷୀଗୋପାଳ --------ରାଜ୍ୟରେ କରୋନା ଯୋଗୁ ଲକଡାଉନ ଓ ସଟଡାଉନ ଜାରି ରହିଛି । ଏହାର ସୁଯୋଗ ନେଇ ସତ୍ୟବାଦୀରେ ଚୋରା ନିଶା ବେପାରୀ ମାନେ ସକ୍ରିୟ ହୋଇପଡିଛନ୍ତି । ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ କରି ତିନିଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।  ସେମାନଙ୍କ ଠାରୁ ବିଦେଶି ଓ ଦେଶି ମଦ ଜବତ କରାଯାଇଛି ।  ସୁଚନାଯୋଗ୍ୟ ଯେ ପରହାଟ ଗ୍ରାମର ପ୍ରକାଶ ପ୍ରଧାନଙ୍କ ଠାରୁ ୩୧ ଲିଟର ବିଦେଶି ମଦ ଓ ୫ଲିଟର ଅସ୍ପାଫଟି ଦେଶି ମଦ ଜବତ କରାଯାଇ ତାଙ୍କ ନାମରେ ୨୩୪/୨୧ରେ ଏକ କେସରୁଜ କରାଯାଇଛି । । ସେହିପରି ଚାରିଭାୟାପଡା ମଠସାହି ଗ୍ରାମର କର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୪ଲିଟର ବିଦେଶି ମଦ ୫ ଲିଟର ଦେଶୀ ମଦ ଜବତ କରି ୨୩୬/୨୧ରେ ସତ୍ୟବାଦୀ ଥାନାରେ ଏକ କେସରୁଜ କରାଯାଇଛି ।

  ଅନ୍ୟ ଜଣେ ହେଲେ ବଡକାଞ୍ଜିଆ ଗ୍ରାମର ସୁକାନ୍ତ ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୦ ଲିଟର ବିଦେଶୀ ମଦ ୫ଲିଟର ଆସ୍କ ଫଟି ସହିତ ୧୦ ଲିଟର ହାତରନ୍ଧା ଦେଶୀ ମଦ  ସତ୍ୟବାଦୀ ପୋଲିସ ଜବତ କରି ୨୩୫/୨୧ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୧---୧୦, ୨୫ 
 Sakhigopal News,4/6/2021

Blog Archive

Popular Posts