Breaking News

୪୦୦ଜଣ ଙ୍କୁ ପ୍ରଥମ ଡୋଜ କରୋନା ଟୀକା ପ୍ରଦାନ

 ଡେଲାଙ୍ଗ ------ଡେଲାଙ୍ଗ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ  ପରିସରରେ  ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କ ସହିତ ଆଗ ଧାଡିର କରୋନା ଯେଦ୍ଧା ମାନଙ୍କୁ ପ୍ରଥମ ଡୋଜ ଟୀକା ୪୦୦ ଜଣକୁ ପ୍ରଦାନ କରାଯାଇଛି । ଏଥିରେ  ବିଦ୍ୟୁତ କର୍ମଚାରୀ ୯ଜଣ ଓ ମିଶନ ଶକ୍ତି ମହିଳା ମହାସଂଘ ସଦସ୍ୟା ୨୩ ଜଣ ପ୍ରଥମ ଡୋଜ ଟୀକା ନେଇଛନ୍ତି । ମୋଟ ୪୦୦ଜଣ ବ୍ୟକ୍ତି ଏହି ଟୀକା କେନ୍ଦ୍ରରେ ଟିକା ନେଇଥିବା ଜଣାପଡିଛି । ସମସ୍ତ ଟିକାଧାରୀ ବ୍ୟକ୍ତି ସୁସ୍ଥ ରହିଥିବା ବେଳେ କାହାର କୈାଣସି ପାର୍ଶ୍ୟପ୍ରତିକିୟା ନଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିପିଏମ୍ ଦିଲ୍ଲିପ ପରିଡା ସୁଚନା ଦେଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୫/୨୦୨୧----୯,୧୫ 

 Sakhigopal News

Blog Archive

Popular Posts