ବ୍ଳକ ପ୍ରଶାସନ ଶୁଣିଲାଣି ଶେଷରେ ଚାଷୀ ଓ ଗ୍ରାମବାସୀ ମାନେ ନିର୍ମାଣ କଲେ ରାସ୍ତା
ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଘୋରଡିଆ ଗ୍ରାମର ମୁଖ୍ୟ ରାସ୍ତାର କାଞ୍ଜିଆଗଡ ସାହି ଶଙ୍ଖ ନିକଟରୁ ଗହିରକୁ ସଂଯୋଗ କରୁଥିବା ରାସ୍ତା ଅନେକ ଦିନ ହେବ ଭାଙ୍ଗି ରୁଜି ପଡିଥିଲା । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କର୍ଣ୍ଣପାତ କରାଯାଉନଥିଲା । ଶେଷରେ ଗ୍ରାମାବସୀ ,ଚାଷୀ ଓ ସ୍ଥାନୀୟ ବିଜେପିର ଯୁବନେତା ବିଶ୍ୱରଞ୍ଜନ ବଡଜେନାଙ୍କ ନେତୃତ୍ୱରେ ଏହି ରାସ୍ତା କାମ କରାଯାଇଥିଲା । ଉକ୍ତ ଗହିରକୁ ଚାଷୀ ମାନେ ବର୍ଷା ଦିନରେ ବିଲକୁ ଯିବା କଷ୍ଟକର ହୋଇପଡୁଥିଲା । ଏପରିକି କେତେକ ଚାଷୀ ବିଲକୁ ନ ଯାଇ ପାରିବାରୁ ବିଲ ପଡିଆ ପଡୁଥିଲା । ଶ୍ରୀ ବଜଜେନାଙ୍କ ସହଯୋଗରେ ଗ୍ରାମବାସୀ ଓ ଚାଷୀମାନଙ୍କ ଉଦ୍ଦ୍ୟମରେ ପ୍ରାୟ ୨୦ରୁ ୩୦ ଜଣ ଲୋକମାନେ ଗୋଟିଏ ଦିନ ପରିଶ୍ରମ ଦାନ କରି ଏକ ଅସ୍ଥାୟୀ କଲଭଟ ନିର୍ମାଣ କରିବା ସହ ରାସ୍ତା କରିଛନ୍ତି । ଯାହାକି ବର୍ଷା ଦିନରେ ଚାଷୀ ମାନେ ଗହିର ବିଲକୁ ଯାଇ ପାରିବେ । ସାଉରିଆ ବିଜେପି ମଣ୍ଡଳ ପକ୍ଷରୁ ବ୍ଳକ ପ୍ରଶାସନକୁ ନିନ୍ଦା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୫/୨୦୨୧---୭,୫୫