ଲକଡାଉନର ୪ର୍ଥ ଦିନରେ ଡେଲାଙ୍ଗରେ ରାସ୍ତା ଘାଟ ଶୁନଶାନ
ଡେଲାଙ୍ଗ ---- ରାଜ୍ୟରେ ମହାମାରୀ ଦୁତୀୟ ଲହର କରୋନା ଯୋଗୁ ଲକଡାଉନ ଜାରି ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ବ୍ଳକ ପ୍ରଶାସନର ସଚେତନତା ଯୋଗୁ ଡେଲାଙ୍ଗରେ ଆଜି ଡେଲାଙ୍ଗ ହାଟ ବଜାରରେ ଗୋଟିଏ ବି ଦେକାନ ଖୋଲା ନଥିଲା । ରାସ୍ତାରେ କେହି ନଥିଲେ । ସବୁଆଡେ ଶୁନଶାନ ଥିଲା । ଯେଉଁଠି ଲୋକଙ୍କର ଗହଳି ଚହଳି ଲାଗି ରହୁଥିଲା ଆଜି ସେଠାରେ କେହି ନାହାନ୍ତି । ବ୍ୟବସାୟୀ ଓ ଡେଲାଙ୍ଗର ଜନସାଧାରଣ ଏବେ କରୋନାର ଭୟାବହତା ଜାଣି ପାରି ନିଜେ ନିଜକୁ ସଚେତନତା କରାଇଛନ୍ତି ବୋଲି ବୁଦ୍ଧଜୀବୀ ମାନେ କହିଛନ୍ତି । ଯାହାକି ଡେଲାଙ୍ଗରେ କରୋନା ପଜେଟିଭି ସଂଖ୍ୟା କମଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୫/୨୦୨୧---୭,୫୫