Breaking News

ଅସହାୟ ଙ୍କୁ ଖାଦ୍ୟ ବାଣ୍ଟିଲା ଆସିକା ପୋଲିସ


   ଆସିକା----କରୋନା ର ଦୁତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନ ବ୍ୟାପି ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।  ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ସମ୍ପର୍ଣ୍ଣ ରୁପେ ବନ୍ଦ ରହିଥିବା ବେଳେ ଅଞ୍ଚଳର ଭିକ୍ଷୁକ,ମାନସିକ ବିକାର ଗ୍ରସ୍ତ,ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ଦିନ କୁ ଦୁଇବେଳା ଖାଦ୍ୟ ପାଇବା କଷ୍ଟ ସାଧ୍ୟ ହୋଇପଡିଛି । ଆସିକା ପୋଲିସ ପକ୍ଷରୁ ଏମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ୧୪ ଦିନ ବ୍ୟାପି ହେବାକୁ ଥିବା ଏହି ଲକଡାଉନ ସମୟରେ ପ୍ରତ୍ୟେକ ଦିନ ଅସହାୟ ମାନଙ୍କୁ ଦୁଇ ବେଳା ଖାଦ୍ୟ ସେମାନଙ୍କ ନିକଟରେ ପହଞ୍ଚାଇବା ନେଇ ଲକ୍ଷ୍ୟ ରଖାଯାଇଥିବା ଆସିକା ଥାନା  ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ର ଏଭଳି କାର୍ଯ୍ୟକୁ ଅଞ୍ଚଳ ରେ ବେଶ ପ୍ରସଂଶା କରାଯାଇଛି ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୭/୫/୨୦୨୧----୯,୩୦

Blog Archive

Popular Posts