Breaking News

ରାତି ଅଧରେ ଦୁର୍ବୃତ୍ତ ମାନେ ବଗିଚାରେ ନିଆଁ ଲଗାଇ ଦେଲେ

 


ସାକ୍ଷୀଗୋପାଳ----   ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ମହେଶ୍ୱର ଛକ ନିକଟରେ ପ୍ରଫୁଲ ମିଶ୍ରଙ୍କ ସହିତ ଅନ୍ୟ ମାନଙ୍କର ବଗିଚା ରହିଛି । ବଗିଚାରେ ବାଉଁଶ, ଝାଉଁ, ନଡିଆ, ପଣସ ଆଦି ଗଛ ରହିଛି । ବାଉଁଶ ଗଛର ପତ୍ର ପଡି ରହିଛି ଏହାର ସୁଯୋଗ ନେଇ କେହି ଦୁବୃତ୍ତ ନିଆଁ ଲଗେଇ ଦେବାରୁ ବାଉଁଶ, ଝାଉଁ ଓ ନୂତନ ନଡିଆ ଗଛ ନଷ୍ଟ ହୋଇଥିବା ଶ୍ରୀ ମିଶ୍ର କହିଛନ୍ତି । ସୁଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ଏହି ବଗିଚାରେ ନିଆଁ ଲାଗାଇ ଦିଆଯାଇଥିଲା । ନିଶାଖୋର  ଯୁବକ ମାନେ ଏହି କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୧---୭,୪୦

Blog Archive

Popular Posts