Breaking News

ସତ୍ୟବାଦୀରେ ପୁରୀ ଆରଟିଓଙ୍କ ପକ୍ଷରୁ ଗାଡି ମଟର ଯାଞ୍ଚ; ୬୦ ଜଣଙ୍କ ଠାରୁ ୨.୫୦ ଲକ୍ଷ ଟଙ୍କା ଜୋରିମାନ ଆଦାୟ ପାଇଁ ଗଲା ମେସେଜ


 ସାକ୍ଷୀଗୋପାଳ-------- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଳକ ଛକ ନିକଟରେ ପୁରୀ ଓ. ଏମେ. ଭି. ଡି ପକ୍ଷରୁ ଇଣ୍ଟର ସେକ୍ଟର ଗାଡି ଦ୍ୱାରା ୬୦ ଜଣ ସଡକ ସୁରକ୍ଷା ଆଇନ ଭଙ୍ଗ କରିଥିବା ପ୍ରମାଣ ରଖି ସେମାନଙ୍କ ଠାରୁ ୨;୫୦ ଲକ୍ଷ ଟଙ୍କା ଜୋରିମାନ ଆଦାୟ କରାଯିବା ପାଇଁ ମେସେଜ କରାଯାଇଥିବା ଜଣାପଡିଛି ।  ମଟର ସାଇକେଲ, କାର, ଅଟୋ, ଟ୍ରକ ଓ ବସ ଗୁଡିକ ଦ୍ରୁତ ଗତିରେ ଗାଡି ଚାଳନା, ସିଟ ବେଲଟ ନ ପିନ୍ଦିବା, ହେଲେମେଣ୍ଟ ନ ପିନ୍ଦିବା, ଗାଡି ଚାଳନା ବେଳେ ମୋବାଇଲିରେ ଗପିବା, ରଙ୍ଗ ରୁଟରେ ଗାଡି ଚାଳନା କରିବା, ମଟର ସାଇକେଲ ରେ ତିନିଜଣ ବସିକି ଯିବା ଓ ଗାଡିର କାଗଜପତ୍ର ସଠିକ ନଥିବା ସହିତ ଗାଡି ଚାଳକ ମାନଙ୍କର ଲାଇସେନ୍ସ ନଥିବା କମ୍ପୁଟର ମାଧ୍ୟମରେ ଜଣାପଡିବା ପରେ ଗାଡି ମାଲିକଙ୍କ ପାଖକୁ ମେସେଜ କରାଯାଇଥିବା ଓଏମଭିଡିର କର୍ମଚାରୀ ସଞ୍ଜୟ ମାଳଙ୍କ ଠାରୁ ସୁଚନା ମିଳିଛି ।  ଏସଆଇ ସୁଶାନ୍ତ କୁମାର ପାତ୍ରଙ୍କ ସହିତ କନେଷ୍ଟବଳ ବିଜନ ସେଠୀ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts