ଜୟ ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ; ତେରହଳ କ୍ରିକେଟ ଦଳ ଚମ୍ପିୟାନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁର ଗ୍ରାମ ପଞ୍ଚାୟତର ବଳରାମପୁର ଗ୍ରାମର ଜୟ ମହାବିର ସ୍ପୋଟ୍ସ କ୍ଳବ ପକ୍ଷରୁ ଆୟୋଜି ୨୦୨୧ ମହାବିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଞ୍ଚାୟତ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ କମାଣ୍ଡୋ ଇଲେଭେନ ସହିତ ତେରହଳ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତେରହଳ ଦଳ ଟଚ ଜିତି ବ୍ୟାଟିଂ କରି ୧୬ ଓଭରରେ ୯ ଉଇକେଟ ହରାଇ ୧୭୩ ରନ କରିଥିଲା ଜବାବରେ କମାଣ୍ଡୋ ଉଲେଭେନ ଦଳ ୧୬ ଓଭରରେ ୫ ଉଇକେଟ ହରାଇ ୧୦୨ ରନ କରିବାରେ ସକ୍ଷମ ହୋଇଥିଲା । ତେରହଳ ଦଳ ୭୧ ରନରେ ବିଜୟୀ ହେବା ସହ ୨୦୨୧ ବର୍ଷ ପାଇଁ ଚମ୍ପିୟାନ ହୋଇଥିଲା । ପୁରଷ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ସମ୍ମାନୀୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡିର ମହାସଚ୍ଚିବ ଏଲିନା ଦାଶ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦସଭ୍ୟ ଦୃବ ଚରଣ ଦାଶ, ସରପଞ୍ଚ ପବିତ୍ର ମୋହନ ସ୍ୱାଇଁ, ଗ୍ରାମର ମୁରବି କୃପାସିନ୍ଦୁ ପାତ୍ର ଓ ଅରବିନ୍ଦ ପାତ୍ର ଯୋଗଦେଇଥିଲେ । ଚମ୍ପିୟାନ ତେରହଳ ଦଳକୁ ୨୩ ହଜାର ଟଙ୍କାର ଚେକ ସହିତ ଟ୍ରଫି ଓ ରନସ ଦଳକୁ ୧୬ ହଜାର ଟଙ୍କାର ଚେକ ସହିତ ଟ୍ରଫି ଉପସ୍ଥିତ ଥିବା ଅତିଥି ମାନେ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ନୀଳକଣ୍ଠ ପ୍ରଧାନ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧-----୫,୦୦