Breaking News

୪୧ କିଲୋ ଗଞ୍ଜେଇ ସହ କାର ଓ ତିନି ଗିରଫ


 


କନ୍ଧମାଳ - ପୁଣି ବାଲିଗୁଡ଼ା ପୋଲିସ କୁ ସଫଳତା ।  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ  ବାଲିଗୁଡା ଓ ବାରଖମା ରାସ୍ତା  ଅଂଚଳ ରେ ପୁଲିସ ପେଟ୍ରୋଲିଙ୍ଗ କରୁ ଥିବା ସମୟ ରେ ଆପରା ନାଳ  ନିକଟରେ  ଏକ କାର ଯାଞ୍ଚ ସମୟରେ  ଏକଚାଳିଶ  କିଲୋ ତିନି ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ବାଲିଗୁଡ଼ା ଥାନା  ଏସଆଇ ରବୀନ୍ଦ୍ର ମୁଣ୍ଡାରୀ  ଓ ସଦଳବଳ   ନମ୍ବର ଓଡି ୦୨ ଏଏ -୪୧୨୨ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ । ଗାଡ଼ିରେ ମୋଟ ୪୧ କେଜି ୩୦୦  ଶହ  ସହ ଗ୍ରାମ ଗଞ୍ଜେଇ ଥିଲା ।  ଡ୍ରାଇଭର ସହିତ ତିନି ଜଣ କୁ ପୋଲିସ  ଗିରଫ କରିଛି ।  ଗିରଫ  ବ୍ୟକ୍ତି  ହେଲେ କଳିଙ୍ଗ କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ସୌଭାଗ୍ୟ ବେହେରା । ଏମାନ ଙ୍କ ଘର କଟକ ଜିଲ୍ଲା ଆଠଗଡ ଅଂଚଳ ର  ବୋଲି ଜଣାପଡିଛି । ଏ ନେଇ ଏକ ମାମଲା ନଂ୪୨/୨୧ ରେ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ବେଆଇନ ଗଂଜେଇ ସହିତ କାର ଓ ତିନି ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଥିବା  ସୂଚନା ଦେଇଛନ୍ତି ।ଏସଆଇ ଦିପକ ରାଉତ  ମାମଲାର ତଦନ୍ତ କରୁଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ,୨/୩/୨୦୨୧------ ୧୧,୪୦  

Blog Archive

Popular Posts