ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଘୋଷଣା କରିବା ପରେ ପାନୀୟ ଜଳ ଯୋଗାଣ ବନ୍ଦ; ରାସ୍ତାରେ ମାଟି ଗଦାଇ ରାସ୍ତା ସଙ୍କୁଚିତ
ସାକ୍ଷୀଗୋପାଳ ------ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଘୋଷଣା ହେବାର ଅଳ୍ପ ଦିନ ପରେ ପ୍ରଥମେ ଗ୍ରାମରେ ଥିବା ୩ଶହ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ବନ୍ଦ କରାଗଲା । ତା ପରେ ପରେ କେନାଲ ରାସ୍ତାରେ କାମ କରିବା ନାମରେ ଖୋଳି ଦେଇ ୧ ମାସ ହେବ ବିଭାଗୀୟ ଅଧିକାରୀ ଓ ଠିକାଦାର ଛୁ । ଅଭିଯୋଗ କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ୍ୟ । ସ୍ଥାନୀୟ ଗ୍ରାମବାସୀ ମାନେ କହନ୍ତି ଏହା ହେଉଛି ବିଜେଡି ସରକାରଙ୍କର ଘୋଷଣାର ପରିଣାମ । ଏବେ ୩ଶହ ଲୋକମାନେ ଏକ ମାସ ହେଲା ପାନୀୟ ଜଳ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ ଲାଗାଇ ଠିଆ ହେବାକୁ ପଡୁଛି । ରାଜ୍ୟ ସରକାରଙ୍କର ଐତିହ୍ୟ ଗ୍ରାମର ଏହା ହେଉଛି ନଗ୍ନ ଚିତ୍ର । ଏଠାରେ ଏହି ରାସ୍ତା ନୁହେଁ ପଟ୍ଟନାୟକିଆ- ସୁଆଣ୍ଡୋ, ସାକ୍ଷୀଗୋପାଳ ଚନ୍ଦନପୋଖରୀ ଠାରୁ- ଅଳଗୁମ ରାସ୍ତା ଆରଆଣ୍ଡବି ଅଧିନରେ କାର୍ଯ୍ୟ ଚାଲିଛି । ତାହା ସରିବାର ନାଁ ଗନ୍ଦ ଧରୁନାହିଁ । ଏପରିକି ପଟ୍ଟନାୟକିଆ ରାସ୍ତା କାମ ତାରିଖ ସରି ଗଲାଣି । ମାତ୍ର କାମ ନାମକୁ ମାତ୍ର ହୋଇଛି । ଆରଆଣ୍ଡବି ସତ୍ୟବାଦୀ ଡିଭିଜନର ଜେଇ ତାଙ୍କ ସୁବିଧା ଅନୁସାରେ କାର୍ଯ୍ୟ କରନ୍ତି ବୋଲି ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେ ସବୁ ବେଳେ କାମ କରିବା ପାଇଁ ବାଲି ମେଣ୍ଟାଲ ମିଳୁନାହିଁ ବୋଲି ଠିକାଦାର ପକ୍ଷରୁ ସଫେଇ ଦେଇଥାନ୍ତି । ଏହାକୁ ନେଇ ସୁଆଣ୍ଡୋ ଗ୍ରାମରେ ଅଶାନ୍ତି ପ୍ରକାଶ ପାଇଛି । ସୁଚନା ଯୋଗ୍ୟ ଯେ ଏହି ଆଦର୍ଶ ଗ୍ରାମକୁ ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ଅର୍ଥ ମଞ୍ଜୁର କରିଥିଲେ । ରାଜ୍ୟ ସରକାରଙ୍କ ଘୋଷଣାକୁ ସଫଳ କରିବା ପାଇଁ ୫ଟି ସଚ୍ଚିବଙ୍କ ସହିତ ପୁରୀ ଜିଲ୍ଲାପାଳ, ପର୍ଯ୍ୟଟନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ ଆର ଆଣ୍ଡ ବି ବିଭାଗର ସଚ୍ଚିବ ଓ ଉପଯନ୍ତ୍ରୀ, ସହକାରୀଯନ୍ତ୍ରୀ, ଜେଇଙ୍କ ସହିତ ସତ୍ୟବାଦୀ ତହସିଲଦାର, ବିଡିଓ ପ୍ରମୁଖ ଉପସ୍ଥିତ ରହିଥିଲେ । ଗ୍ରାମର ଉନ୍ନତି, ଆଲେକୀ କରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ସମ୍ପର୍କରେ ତୁରନ୍ତ କାର୍ଯ୍ୟ କରିବା ପାଇଁ ୫ଟି ସଚ୍ଚିବ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠି ୫ଟି ସଚ୍ଚିବଙ୍କ କଥାକୁ ସାଧାରଣ ଜଣେ ଜେଇ ଖାତିର କରନ୍ତି ନାହିଁ ସେଠାରେ ରାଜ୍ୟ ସରକାରଙ୍କ ଯୋଜନା କିପରି ସୁଫଳ ମିଳିବ ତାହା ଏବେ ଜନସାଧାରଣରେ ପ୍ରଶ୍ନ ବାଚି ହୋଇପଡିଛି । ଆରଆଣ୍ଡବି ପକ୍ଷରୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗକୁ ତୁରନ୍ତ ପାଣି ପାଇପି ଉଠାଇ ନେବାକୁ ଚିଠି କଲେ । ଏବଂ ଏକ ସପ୍ତାହ ସମୟ ନେଲେ । ଏବେ ଏକ ମାସ ହୋଇଗଲାଣି କାମ କିଛି ହେଉନାହିଁ କେବଳ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଥମ କରି ସୁଆଣ୍ଡୋ ଗସ୍ତ ବେଳେ ଯେତିକି କାମ ହୋଇଥିଲା ସେତିକିରେ ଅଟକି ରହିଛି ବୋଲି ଗ୍ରାମବାସୀ ମାନେ କହନ୍ତି । ପ୍ରଚଣ୍ଡ ଗ୍ରିଷ୍ମ ପ୍ରବାହ ଯୋଗୁ କୂଅ, ନାଳ ଓ ଗଡିଆ ସବୁ ଶୁଖିଗଲାଣି । ଲୋକମାନେ ପାଣି ମୁନ୍ଦେ ପାଇଁ ନାହିଁ ନଥିବା ହଇରାଣ ଭୋଗୁଛନ୍ତି । ସୁଚନାଯୋଗ୍ୟ ଯେ ଚନ୍ଦନପୁର ବ୍ରାଞ୍ଚ କେନାଲର କଳାପାହଡ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ କେନାଲ ବନ୍ଧ ପ୍ରସସ୍ଥି କରଣ କାମ ଆରମ୍ଭ ହୋଇଛି । ସୁଆଣ୍ଡୋ ଗ୍ରାମ ମୁଣ୍ଡରେ ଥିବା ଏକ ବ୍ରିଜପୁନଃ ନିର୍ମାଣ କରାଯିବା ପାଇଁ ମାଟି ଖେଳା ଯାଇଛି । ବ୍ରିଜ ଦେଇ ଯାଇଥିବା ପାଣି ପାଇପି କଡାଯାଇଛି । କାମ ଆରମ୍ଭ ହୋଇଛି ଯେ ଏକ ମାସ ହେବ ସରିବାର ନାଁ ଗନ୍ଦ ଧରୁ ନାହିଁ । ଏ ସମ୍ପର୍କରେ ସତ୍ୟବାଦୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀସୁଜତା ପରିଡାଙ୍କୁ ପଚାରିବାରୁ ସେ କହନ୍ତି ପାଇପି କାଡିବା ପାଇଁ ଚିଠି କଲେ ଆମେ ଅଳ୍ପ ପାଇପି କାଡିଛୁ । ଏବେ ଗ୍ରାମାବସୀଙ୍କ ଅଭିଯୋଗ ଆସିଲାଣି ତୁରନ୍ତ ପାନୀୟ ଜଳ ଯୋଗାଇବା ପାଇଁ ମାତ୍ର ସତ୍ୟବାଦୀ ଆରଆଣ୍ଡବି ଜେଇ ମନୋଜ ନାୟକଙ୍କୁ କାମ କେବେ ସରିବ ବୋଲି ପଚାରିବାରୁ ସେ ଆଉ ଏକ ସପ୍ତାହ ମଧ୍ୟରେ କାମ ସରିବ ବୋଲି କହନ୍ତି । ଏବେ ଏକମାସ ହୋଇଗଲା କାମ ସରୁନାହିଁ । ବାଧ୍ୟ ହୋଇ ଆମ ପକ୍ଷରୁ ତୁରନ୍ତ କାମ ଶେଷ କରିବା ପାଇଁ ଚିଠି ଲେଖାଯାଇଛି । ନଚେତ ଆଗାମୀ ଦିନରେ ଆମେ ଯେପରି ହେଉ ସୁଆଣ୍ଡୋ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବୁ ଯଦି ପାଇପି ନଷ୍ଟ ହୁଏ ସେଥିପାଇଁ ଆରଆଣ୍ଡବି ଦାୟୀ ରହିବେ ବୋଲି ଯନ୍ତ୍ରୀ କହନ୍ତି । ଅନ୍ୟ ପକ୍ଷେ ଆରଆଣ୍ଡବି ଜେଇ ମନୋଜ ନାୟକ ଫୋନ ଉଠାଇ ଏକ ମିଟିଙ୍ଗିରେ ଅଛି ବୋଲି କହି କଥାକୁ ଆଡେଇ ଯାଇଛନ୍ତି । ସେ ଯାହା କିଛି ହେଉନା କାହିଁକି ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀ ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କ ନିଦ୍ଦେଶକୁ ବାରମ୍ବାର ଖାତିରି ନ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ବଦନାମ କରିବା ପାଇଁ ତାଙ୍କର ଏକ ଷଡଯନ୍ତ୍ର ବୋଲି ବିଜେଡି ଦଳର କିଛି କର୍ମୀ ମାନେ ମତ ପ୍ରକାଶ କରିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ନିଜେ ସୁଆଣ୍ଡୋ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହ କେନାଲ ରାସ୍ତା କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୩/୨୦୨୧----୪,୫୦