Breaking News

ଆଇଆଇଟିରେ ଜାତୀୟ ବିଜ୍ଞାନ ଦିବସ,


 ଜଟଣୀ----  କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଆଇଟି ଭୂବନେଶ୍ୱରର ଜଟଣୀ ସ୍ଥିତ ଅରଗୁଳୁ କ୍ୟାମ୍ପରେ ଜାତୀୟ ବିଜ୍ଞାନ ଦିବସରେ  ଆଇଆଇଟି ନିର୍ଦ୍ଧେଶକ ପ୍ରଫେସର ଆର ଭି ରାଜାକୁମାରଙ୍କ ଅଧ୍ୟକ୍ଷତା କରିଥିଲେ ।  କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଏମ୍ସର ପ୍ରାକ୍ତନ ନିର୍ଦ୍ଧେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗଦେଇ ଆଇଆଇଟି ବିଦ୍ୟାର୍ଥୀଙ୍କ ଲାଗି ଏକ ପଥ ବୋଲି କହିଥିଲେ । ବିଜ୍ଞାନ କିପରି ଏକ ଭଲ ଭବିଷ୍ୟତପାଇଁ ଜୀବନକୁ ପରିବର୍ତନ କରିବାରେ ସକ୍ଷମ ହୋଇଛି, ସେ ସମ୍ବନ୍ଧରେ ବିଭିନ୍ନ ମନ୍ତବ୍ୟ ପ୍ରଦାନ କରିଥିଲେ ।  ବିଜ୍ଞାନ ମାଧ୍ୟମରେ ଇସ୍ରୋ ବୈଜ୍ଞାନିକମାନେ ଉପଗ୍ରହରେ ଉତକ୍ଷେପଣ କରି ଯେଉଁ ପ୍ରସଂଶା ସାଉଣ୍ଟିଛନ୍ତି, ତାହା ଅନ୍ୟଦେଶମାନଙ୍କ ପାଇଁ ଭାରତୀୟ ମହାକାଶ ବିଜ୍ଞାନରେ ନୁତନ ଯୁଗର ଦ୍ୱାର ଖୋଲିଯାଇଛି । ଆଇଆଇଟି ଭୂବନେଶ୍ୱର ନିଜର ସ୍ୱପ୍ନକୁସାକାର କରିବା ଦିଗରେ ନିରନ୍ତର କାର୍ଯ୍ୟ ଅବ୍ୟାହାତ ରଖିଛି । ଏହି କାର୍ଯ୍ୟକ୍ରମ ଅବସରରେ ଆଇଆଇଟିର ଫାକଲ୍ଟିମେମ୍ବର,କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।  ଜଟଣୀରୁ ରଙ୍ଗନାଥ ବେହେରା, ୧/୩/୨୦୨୧---୯,୨୫


Blog Archive

Popular Posts