Breaking News

ଦେବାଶିଷଙ୍କୁ ୨୮ତମ କ୍ରିକେଟର - ଅଫ-ଦି ଇୟର ଓ ସୁଶ୍ରୀଙ୍କୁ ୭ମ ମହିଳା କ୍ରିକେଟର ପୁରସ୍କାର


ଭୁବନେଶ୍ୱର----ଓଡ଼ିଶା କ୍ରୀଡା ଜଗତର ସବୁଠାରୁ ପୁରୁଣା ଓ ନିୟମିତ ପ୍ରଦାନ କରାଯାଉଥିବା ବାର୍ଷିକ କ୍ରୀଡା ପୁରସ୍କାର ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ୍  ଇଣ୍ଡିଆ କ୍ରିକେଟର ଅଫ୍ ଦି ଇୟର ପୁରସ୍କାରର ୨ ୦୧୯-୨୦ ସିଜିନ୍ ପାଇଁ ପୁରସ୍କାର ଆକି ମାର୍ଚ୍ଚ ୧୪  ତାରିଖ ରେ  ପ୍ରଦାନ କରାଯାଇଛି । ଗତ ସିଜିନ୍ ରେ  ସଫଳତା ଅର୍ଜନ କରିଥିବା ଦେବାଶିଷ ସାମନ୍ତରାୟ
ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ମନୋନୟନ କମିଟି ଯଥାକ୍ରମେ ପୁରୁଷ ଓ ମହିଳା କ୍ରିକେଟ୍ ଅଫ୍ ଦି ଇୟର ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।
୨୦୧୯-୨୦ ସିଜିନରେ ବେଶ ସଫଳ ରହିଥିଲେ ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ । ରଣଜୀ ଟ୍ରଫିରେ ତାଙ୍କର ବିଶେଷ ଯୋଗଦାନ ଥିଲା । 
ଗତ ସିଜିନ୍ ରେ ସୁଶ୍ରୀଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲା । ୫୦ ଓଭରିଆ ଏକଦିବସୀୟ ଜାତୀୟ ପ୍ରତିଯୋଗିତାରେ ଅଲରାଉଣ୍ଡର ସୁଶ୍ରୀ ୨୦୪ ରନ୍
ସ୍କୋର କରିବା ସହ ୮ ମ୍ୟାଚରେ ୧୬ ୱିକେଟ ଦଖଲ କରିଥିଲେ । ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ ।
ଆଜିର ଏହି ପୁରସ୍କାର ପ୍ରଦାନ ଉତ୍ସବରେ ବିଧାୟକ  ଅନନ୍ତ ନାରାୟଣ ଜେନା, ଓସିଏ ସମ୍ପାଦକ 
ସଞ୍ଜୟ କୁମାର ବେହେରା, ମାରୁତି ଇଷ୍ଟେଟ୍ ର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ, ସହୀଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୫/୩/୨୦୨୧--୬,୪୦

Blog Archive

Popular Posts