Breaking News

ବରୀରେ ପାଳନ ହେବ ଗାନ୍ଧିଜୀଙ୍କ ଓଡିଶା ଆଗମନର ଶତବାର୍ଷିକ




ବରୀ ---ଜାତିର ପିତା ମହାତ୍ମାଗାନ୍ଧିଜୀଙ୍କର ପ୍ରଥମ ଓଡିଶା ଆଗମନକୁ ଶହେ ବର୍ଷ ପୂତ୍ତି ଅବସରରେ ଏହାକୁ ପାଳନ କରିବା ପାଇଁ ଗୋପବନ୍ଧୁ ରମାଦେବୀ ଆଶ୍ରମ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମାଜସେବୀ କୁଳମଣି ଶୁକ୍ଳ ସଭାପତିତ୍ୱ କରିଥିଲେ । ବୈଠକରେ ପୂର୍ବତନ ସୂଚନା କମିଶନର ପ୍ରଫେସର ଜଗଦାନନ୍ଦ ଯୋଗଦେଇ କହିଲେ ଯେ ଗାନ୍ଧି ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଆଦର୍ଶ ‌।  ଆଦର୍ଶ କେବେ ମରେନାହଁ ତେଣୁ ଏହି କାର୍ଯ୍ୟରେ ବହୁ ଯୁବକମାନଙ୍କୁ ଯୋଡିବାକୁ ଅନୁରୋଧ କରିଥିଲେ । ପ୍ରକାଶ ଥାଉକି ହରିଜନ ପଦଯାତ୍ରା ସମୟରେ ଗାନ୍ଧିଜୀ ବରୀ ଯାଜପୁର ରାସ୍ତା ଦେଇ ଭଦ୍ରକ ଯାଇଥିବା ସ୍ମୃତିକୁ ମନେପକାଇବା ପାଇଁ ମାର୍ଚ୍ଚ ୨୦ତାରିଖରୁ ଏକ ପାଦଯାତ୍ରା କଳାମାଟିଆ ଶହୀଦ ପୀଠ ଠାରୁ ବାହାରି ୨୧ରିଖରେ ଯାଜପୁର ଗାନ୍ଧି ଛକ ଠାରେ ପହଞ୍ଚିବା ର କାର୍ଯ୍ୟକ୍ରମ ରହିଛି । ପରେ ଅଫିସର କ୍ଲବ ଯାଜପୁର ଠାରେ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧି ଓ ଯାଜପୁର ବିଷୟ ବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଗାନ୍ଧିଜୀଙ୍କ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗୀତା, ଗାନ୍ଧୀ କଥା ଓ ଗାନ୍ଧିଚିନ୍ତନ ଶିବିର ମେ ମାସ ୩୧ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ସର୍ବୋଦୟ ମଣ୍ଡଳ, ବରୀ ଦ୍ବୀପାଞ୍ଚଳ ପରିଷଦ ଓ ଗ୍ଲୋବାଲ ପିସ୍ ଫାଉଣ୍ଡେସନର ମିଳିତ ସହଯୋଗରେ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଦଳ ନିର୍ବିଶେଷରେ ଉକ୍ତ ପଦ ଯାତ୍ରାରେ ସମସ୍ତେ ଯୋଗଦେବାକୁ ଗ୍ଲୋବାଲ ପିସ୍ ଫାଉଣ୍ଡେସନର ଅଧକ୍ଷ୍ୟ ଡାକ୍ତର ରାଜକିଶୋର ପଣ୍ଡା ଅନୁରୋଧ କରିଛନ୍ତି ‌। ସର୍ବୋଦୟ କର୍ମୀ ରମାକାନ୍ତ ମଣ୍ଡଳ ସରକାରୀ, ବେସରକାରୀ ଏବଂ ପ୍ରଶାସନ ସ୍ଥରରେ ଉକ୍ତ କାର୍ଯ୍ୟକ୍ରମ ବିଭିନ୍ନ ସ୍ତରରେ ସ୍ୱାଗତ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମର ଆବାହକ ସମାଜ ସେବୀ ସତ୍ୟରଞ୍ଜନ କର, ଅଚୁତାନନ୍ଦ ସାମଲ, ଭୂପତି ମଲ୍ଲିକ, ପ୍ରଶାନ୍ତ ବେହୁରା, ଜୟରାମ ନାୟକ, ପ୍ରଶାନ୍ତ ପଡିହାରୀ, ସୀତାରାଣୀ ଦେଓ, ତିଲୋତ୍ତମାସେଠୀ, ଅଭିରାମ ମଲ୍ଲ, ତରଣୀସେନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମତ ରଖିଛନ୍ତି ।
ବରୀ ରୁ ଦର୍ଶନ ବେହେରା,୧୫/୩/୨୦୨୧-----୬,୫୦

Blog Archive

Popular Posts