Breaking News

ଚୋରା ମୋବାଇଲ ଓ ମାରଣାସ୍ତ୍ର ଜବତ, ଜଣେ ଗିରଫ


 ଡେଲାଙ୍ଗ-----ଡେଲାଙ୍ଗ ଥାନା ଅଧିନସ୍ଥ ଗୁଆଳିପଡା  ଉଦୟପୁର ଛକ ଏକ ଦୋକାନ ପାଖରେ ଜଣେ ଦୃବୁର୍ତ୍ତ ମୋବାଇଲ ଛଡାଇ ନେଇଯାଇଥିବା ନେଇ ୫ ତାରିଖରେ ଡେଲାଙ୍ଗ ଥାନାରେ ଶ୍ରିକାନ୍ତ ବିଶ୍ୱାଳ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ କରୁଥିବା ବେଳେ ଶ୍ରୀକାନ୍ତଙ୍କ ବଡଭାଇ ସରୋଜ ବିଶ୍ୱାଳଙ୍କୁ ଜଣେ ଯୁବକ ରବିବାର ସଂଦ୍ଧ୍ୟାରେ ମାରଣାସ୍ତ୍ର(ଚାପଡ)ଧରି ଆକ୍ରମଣ କରିବା ଉଦ୍ଦ୍ୟମ କରୁଥିବା ବେଳେ ଯୁବକ ଜଣକ ସ୍ଥାନିୟ ଲୋକଙ୍କୁ ଦେଖି ଓ ପୁଲିସ ଆସିବା ଜାଣି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଡେଲାଙ୍ଗ ପୁଲିସ ର ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ତାଠାରୁ ଏକ ମାରଣାସ୍ତ୍ର(ଚାପଡ) ଚୋରି ହୋଇଥିବା ମୋବାଇଲିକୁ ଜବତ କରିଛି । ଏ ସଂକ୍ରାନ୍ତରେ ୪୮/୨୧ ଓ ୪୯/୨୧ ରେ ଦୁଇଟି କେସ୍ ରୁଜୁ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତ କାଜୁଆ ଓରଫ ବିଜୟ ଛାଟେଇ (ସାନଗୁଆଳିପଡା )ର ବୋଲି ପୋଲିସ ଠାରୁ ସୁଚନା ମିଳିଛି ।  ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଳଣ କରିଥିବା ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧----୫,୫୦

Blog Archive

Popular Posts