Breaking News

ନିର୍ବନ୍ଧ ଉତ୍ସବକୁ ଆସିଥିବା ଯୁବତୀଙ୍କୁ କମେଣ୍ଟମାରିବାରୁ ଗ୍ରାମରେ ଉତ୍ତେଜନା; ଭୂଜାଲି ଓ ବୋମାମାଡ, ୩ ଆହତ, ୧ଅଟକ, ଏକପ୍ଲାଟୁନ ଫୋର୍ସ ମୁତୟନ


 ଜଟଣୀ---- ଜଟଣୀଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମରେ ସୋମବାର ଅପରାହ୍ନରେ ଏକ ନିର୍ବନ୍ଧ କାର୍ଯ୍ୟ ଚାଲିଥିଲା । ନିର୍ବନ୍ଧ କାର୍ଯ୍ୟରେ କଟକ ଅଞ୍ଚଳରୁ ଆସିଥିବା କେତେକ ଯୁବତୀମାନଙ୍କୁ ଗ୍ରାମର ମହମ୍ମଦ ମୁସ୍ତାକ ଓ ମହମ୍ମଦ ଅମଜାଦ ପ୍ରମୁଖ କମେଣ୍ଟ ମାରିଥିଲେ । ଏହାକୁ ଦେଖି ଗ୍ରାମର ମହମ୍ମଦ ସାଜିତ ବାରଣ କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । କମେଣ୍ଟ ମାରିଥିବା ଯୁବକଦ୍ୱୟ ଉତ୍ତେଜିତ ହୋଇ ଅଶ୍ଳିଳଭାଷାରେ ଗାଳିଗୁଲଜ କରିବାପରେ  ସାଜିତ ସେମାନଙ୍କୁ ବାରଣ କରିଥିଲେ । ମାତ୍ର ଏଥିରେ ମୁସ୍କାକ ଉତକ୍ଷିପ୍ତ ହୋଇ ଘରୁ ଏକ ଭୂଜାଲି ଆଣି ଆସିଥିଲା । ଏହି ସମୟରେ ସାଜିଦଙ୍କ ପୁଅ ମହମ୍ମଦ ସଲମାନ ଏହା ଦେଖି ବିରୋଧ କରିଥିଲେ ।  କିଛି ଦେଖିବା ପୁର୍ବରୁ  ମୁସ୍କାକ ସଲମାନଙ୍କ ମୁଣ୍ଡକୁ  ଆଣିଥିବା ଧାରୁଆଅସ୍ତ୍ରରେ ଅତର୍କିର୍ତ ଆକ୍ରମଣ କରିଥିଲେ । ଫଳରେ ସଲମାନ ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଘରକୁ  ଦୈାଡିଯାଇ ପରିବାର ଲୋକଙ୍କୁ କହିଥିଲା ।  ପରିବାରର ଉଭୟେ ମହିଳା ଓ ପୁରୁଷମାନେ ଘଟଣାସ୍ଥଳକୁ ଆସିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲେ । ଏନେଇ କମେଣ୍ଟ ମାରିଥିବା ଅମଜାଦ ଖାଁନ ସାଜିଦଙ୍କ ଘର ଉପରକୁ ବୋମାମାଡ କରିଥିଲେ । ଏଥିରେ ସାଜିଦଙ୍କ ସ୍ତ୍ରୀ ସାହିଦା ବିବି ଏବଂ ସାଜିତ ଉଭୟେ ଆହତ ହୋଇଥିଲେ ।   ଘଟଣାସ୍ଥଳରେ ସାଜିିତଙ୍କ ପୁଅ ସଲମାନ ଏବଂ ମା ସାହିଦାଙ୍କ ସହିତ ବାପା ସଂଜିଦଙ୍କୁ ଗୁରୁତର ଅବସ୍ଥାରେ ଜଟଣୀପୁଲିସ ଉଦ୍ଧାର କରି ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଏନେଇ ସାହିଦ ଜଟଣୀଥାନାରେ ଗ୍ରାମର ଅମଜାଦ ଖାନ(୨୫),ମହମ୍ମଦ ମୁସ୍ତାକ(୨୨),ବବୁଲୁ ଖାନ(୨୨), ଗେଡୁ ଖାନ(୩୦),ସକିଲ ଖାନ(୨୨),ଅନସୁଦିନ ଖାନ(୫୦) ଓ ମହମ୍ମଦ ହମସେର ପ୍ରଭୃତିଙ୍କ ନାମରେ ଜଟଣୀଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଉତେଜନାକୁ ଦୃଷ୍ଟିରେ ରଖି ଜଟଣୀଥାନା ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ସଂପୃକ୍ତଥିବା ଅନସୁଦିନଙ୍କୁ ପୁଲିସ ଅଟକରଖି ପଚରାଉଚରା ଜାରି ରଖିବା ସହିତ ତଦନ୍ତ ଆରମ୍ଭ କରିଛି । 

 ଜଟଣୀରୁ ରଙ୍ଗନାଥ ବେହେରା, ୯/୩/୨୦୨୧------୫,୪୫


Blog Archive

Popular Posts