Breaking News

ଦୁଇ ୱାରେଣ୍ଟ ଗିରଫ

 ଡେଲାଙ୍ଗ----ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରୀ ଏସପିଙ୍କ ଡ. କନୱର ବିଶାଲସିଂହ ଡେଲାଙ୍ଗ ଥାନା ପରିଦର୍ଶନରେ ଆସି ଚୋରାମଦ,ବ୍ରାଉନସୁଗାର ନିଶା କାରବାର,ଅସାମାଜିକ ବ୍ୟକ୍ତି ,ୱାରେଣ୍ଟି ଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନା ଅଧିକାରୀ ଙ୍କୁ ନିଦ୍ଦେର୍ଶ ଦେଇଥିଲେ ।  ନିର୍ଦ୍ଦେଶ ଅନୁଯାୟୀ  ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି ।  ବିଭିନ୍ନ ୱାରେଣ୍ଟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି । ଜିଆର କେସ୍ ୨୯୧/୨୦୦୦  ଦୟାନିଧି ସ୍ୱାଇଁ (୪୮) ଗ୍ରାମ ଗଉଡକେରା ,ବାଲୁ ଓରଫ ସୁରେନ୍ଦ୍ର ପ୍ରଧାନ(୫୮) ଗ୍ରାମ କଲ୍ୟାଣପୁରୁ ୪୪୦/୨୦୦୨ କେସ୍ ନମ୍ବରରେ ଗିରଫ କରିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଳଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧----୫,୫୫

Blog Archive

Popular Posts