ଡେଲାଙ୍ଗ ପ୍ରିମିୟର ଲିଗ ମ୍ୟାଚର ୫ ଦିବସ ; ପିଙ୍କି ଓ ରେଡ ବିଜୟୀ
ଡେଲାଙ୍ଗ--- ଡେଲାଙ୍ଗ ରେଞ୍ଚ ରେଳୱେ ପଡିଆରେ ଖେଳା ଯାଉଥିବା ପ୍ରିମିୟର କ୍ରିକେଟ ମ୍ୟାଚର ପଞ୍ଚମ ଦିବସରେ ଡେଲାଙ୍ଗ ବ୍ଳୁ ଓ ଡେଲାଙ୍ଗ ପିଙ୍କି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡେଲାଙ୍ଗ ବ୍ଳୁ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୦ ଉଇକେଟ ହରାଇ ୧୩୬ ରନ କରିଥିଲେ । ଜବାବରେ ଡେଲାଙ୍ଗ ପିଙ୍କି ଦଳ ୧୧ଓଭର ୪ ବଲରେ ୧୩୯ ରନ କରି ବିଜୟୀ ହୋଇଥିଲେ । ସେହିପରି ଅନ୍ୟ ଏକ ମ୍ୟାଚଡେଲାଙ୍ଗ ରେଡ ସହିତ ଡେଲାଙ୍ଗ ଅରେଞ୍ଜ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରେଡ ଦଳ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୧୨ ରନ କରିଥିଲେ । ଜବାବରେ ଡେଲାଙ୍ଗ ଅରେଞ୍ଜ ଦଳ ୧୧ ଓଭର ୪ଟି ବଳରେ ୧୦୧ ରନ କରିଥିଲେ । ୧୧ ରନରେ ଡେଲାଙ୍ଗ ରେଡ ଦଳ ବିଜୟୀ ହୋଇଥିଲା । ରଶ୍ମି ରଞ୍ଜନ ଦାସ ଓ ସତ୍ୟଜିତି ବେହରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । କେଶବ ଦାସ ଓ ସଞ୍ଜିତ କୁମାର ବଢ଼େଇ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୧---୮,୨୦