ରାସ୍ତାର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ
ଡେଲାଙ୍ଗ--- ବେରବୋଇ- ଧାନକେରା ରାସ୍ତାରୁ ଡାହାଣ କୁମ୍ଭାରପଡା ରାସ୍ତାର ଉନ୍ନତି କରଣ କରାଯିବା ପାଇଁ ଶିଳାନ୍ୟାସ କରାଯାଇଛି । ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ନଡିଆ ବାଡେଇ ଶିଳାନ୍ୟାସ କରିଥିଲେ । ତାଙ୍କ ସହିତ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବୈରାଗୀ ଜେନା, ନିର୍ଦ୍ଦେଶକ ପୁରୀ- ନିମାପଡା ସମବାୟ ବ୍ୟାଙ୍କ ଲିଃ, ଦେବାଶିଷ ନନ୍ଦ ଜିଲ୍ଲାପରିଷଦ ସଭ୍ୟ, ପ୍ରସନ୍ନ କୁମାର ଜେନା ସରପଞ୍ଚ ଧାନକେରା ଓ ସମିତିସଭ୍ୟ ପିତୀଲତା ସେନାପତି ଉପସ୍ଥିତ ରହିଥିଲେ । ଏହି ରାସ୍ତା ପାଇଁ ୧ କୋଟି ୬୦ ଲକ୍ଷ ୭୧ ହଜାର ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଠାରୁୂ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୧---୮,୨୦