Breaking News

ଶିକ୍ଷକ ପର୍ଶୁରାମଙ୍କ ସ୍ମୃତି ଚାରଣ ସଭା


  ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋଳକଣା ସ୍ଥିତ ( ତାଳବଣିଆ )ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ପ୍ରଧାନଙ୍କ ଏକଦଶାହରେ ଏକ ସ୍ମୃତି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ସନ୍ତୋଷ କୁମାର ମହାନ୍ତି ଏହି ସ୍ମୃତି ଚାରଣ ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡା. କ୍ଷେତ୍ରବାସୀ ପ୍ରଧାନ, ଶିକ୍ଷକ ନେତା ମିଟୁ କିଶୋର ପ୍ରଧାନ, କଣାସ ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୁଶୀଳ କୁମାର ରାଉତ, ଅବସର ପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ପୂର୍ବତନ ସିଆରସିସି ଗୋଳକ ବିହାରୀ ବରାଳ, ଅମିନ ବିଶ୍ୱାଳ , ଦିଗମ୍ବର ରଥ, ନିରଞ୍ଜନ ସାହୁ, ଛାଟୋଇ ମୋତିଲାଲ ରାୟ, ଉମେଶ ଚନ୍ଦ୍ର ମହାନ୍ତି, ଶିକ୍ଷକ ଅଭୟ ଚରଣ ସାହୁ, ପ୍ରଦୀପ ସେଠୀ, କ୍ଷେତ୍ରବାସୀ ଆଳୁକ ଓ କାଶୀନାଥ ମହାପାତ୍ରଙ୍କ ସହିତ ପରିବେଶବିତ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଡେଲାଙ୍ଗ ଅଞ୍ଚଳ ଜଣେ ନାଟ୍ୟ ନିର୍ଦ୍ଦେଶକ, ଛାତ୍ରବତ୍ସଳ, ମିଠାଭାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତିଙ୍କୁ ହରାଇଲା ବୋଲି ସ୍ମୃତି ଚାରଣ ସଭାରେ ମତ ପ୍ରକାଶ କରିଥିଲେ । ପୁତ୍ର ପାର୍ଥସାରଥି ପ୍ରଧାନ ଓ ସବ୍ୟସାଚୀ ପ୍ରଧାନ ସ୍ମୃତି ଚାରଣ ସଭାରେ ସଂଯୋଜନା କରିଥିଲେ । ସେହି ଅମର ଆତ୍ମାର ସଦଗତି ନିମେନ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୧---୮,୨୫

Blog Archive

Popular Posts