କରୋନା ସର୍ତକତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତ୍ତା; ଜିରୋ ଇନଫେକ୍ସନ ଆମର ଲକ୍ଷ୍ୟ
ଭୁବନେଶ୍ୱର: ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସର୍ତକତା ନେଇ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି।
ବର୍ତ୍ତମାନ ରାଜ୍ୟରେ କରୋନ ସଂକ୍ରମଣ ୧୦୦ ଭିତରେ ଅଛି। ତେବେ ଜିରୋ ଇନଫେକ୍ସନ ଆମର ଲକ୍ଷ୍ୟ ରହିଛି। ତେଣୁ ରାଜ୍ୟବ୍ୟାସୀଙ୍କୁ କରୋନା ସର୍ତକତା ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। କରୋନା ମୁକାବିଲା ରେ ଓଡ଼ିଶାର ପ୍ରୟାସକୁ ଡବ୍ଲ୍ୟୁ ଏଚ୍ ଓ ପ୍ରଶଂସା କରିଛନ୍ତି। ତେବେ କରୋନା ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଯାଇନାହିଁ। ଦେଶର ଅନେକ ରାଜ୍ୟରେ ଏବେ ପୁଣି ଲକ୍ ଡାଉନ ପରିସ୍ଥିତି ଉପୁଜିଛି।
ପୂର୍ବ ବର୍ଷ ଭଳି ଏବର୍ଷ ଆମ ରାଜ୍ୟ ଓଡିଶାରେ ଏଭଳି ପରିସ୍ଥିତି ନ ଆସୁ। ଏନେଇ ସମସ୍ତେ ପ୍ରୟାସ ଜାରି ରଖିବା। ହାତ ଧୋଇବା, ମାକ୍ସ ପିନ୍ଧିବା ଏବଂ ଆବଶ୍ୟକ ନଥିଲେ ପଦାକୁ ବାହାରିବା ନାହିଁ। କରୋନା ଯୁଦ୍ଧରେ ନିଜ ଜୀବନକୁ ବଳିଦାନ ଦେଇଥିବା ଯୋଦ୍ଧା ଙ୍କ ଉତ୍ସର୍ଗକୁ ଖାଲିରେ ଯିବାକୁ ଦେବାନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶେଷରେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି, ୧୪/୩/୨୦୨୧---୩,୦୦