ଆମ ପୋଲିସ ପକ୍ଷରୁ ଆଇନ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ଶିବିର
ବାଲିଗୁଡ଼ା -ବାଲିଗୁଡା ଥାନା ଆମ ପୋଲିସ ସମିତି ପକ୍ଷରୁ ବାଲିଗୁଡା କଲ୍ୟାଣ ମଣ୍ଡପ ପରିସରରେ ଆଇନ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତଦାନ ପରି ମହତ୍ବ ପୂଣ୍ଣ କାଯ୍ୟକୁ ବାଲିଗୁଡା ପୋଲିସ,ସ୍ବେଛାସେବୀ ସଂଗଠନ,ରାଜନେତା,ସାମ୍ବାଦିକ ଓ,ଯୁବକ ମାନେ ବିପୁଳ ସଂଖ୍ୟାରେ ସାମିଲ ହୋଇ ରକ୍ତଦାନ କରିଥିବାର ଦେଖାଯାଇଛି ।ରକ୍ତଦାନ ଶିବିରକୁ ଦିପ ପ୍ରଜ୍ଳଳନ କରିଥିଲେ ଡିଏସପି କେପି ପଟ୍ଟନାୟକ,ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରି ,ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢି,ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଉଦଘାଟନ କରିଥିଲେ । ଏହି ଆଇନ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ଶିବିରରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ବରିଷ୍ଟ ସାମ୍ବାଦିକ ବିପ୍ରଚରଣ ସାହୁ, ସମେତ ବିଭିନ୍ନ ସଂଗଠନର ଯୁବକ ମାନେ ରକ୍ତ ଦାନ କରିଥିବା ଜଣାପଡିଛି ।ଦୁଇଶହରୁ ଅଧିକ ରକ୍ତ ୟୁନିଟି ସଂଗ୍ରହ କରିବାକୁ ଆଶା ରଖିଥିବା ପରିଚାଳକ ସୂଚନା ଦେଇଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୧୪/୩/୨୦୨୧-----୨,୧୦