Breaking News

ପାଲା ଗାୟକଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ମାନ


 ଡେଲାଙ୍ଗ -----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମରେ ଜାଗର ଉପଲକ୍ଷେ ପ୍ରଭୁ ଐସାନ୍ୟେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଗ୍ରାମ ବାସୀଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ପାଲା ଗାୟକ ବିଜୟ କୁମାର ପରିଡା ଓ ତାଙ୍କ ସାଥୀ ମାନେ ପାଲା ପରିବେଷଣ କରିବା ସହିତ ଗ୍ରାମ , ମନ୍ଦିର ପୋଖରୀତୁଠ  , ଶିକ୍ଷା ଅନୁଷ୍ଠାନ ଗୁଡିକ ସ୍ୱଚ୍ଛତା ରଖିବା ସହ ପରିବେଶ ସୁରକ୍ଷା ପ୍ରଦାନ ପାଇଁ ପାଲା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଥିଲେ ।ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷିକେଶ ପାଢ଼ୀ , ସମାଜସେବୀ ବ୍ରଜବନ୍ଧୁ ପରିଡା ପାଲା ଗାୟକଙ୍କୁ ଶ୍ରୀ ପରିଡାଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ମାନରେ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଉପସ୍ଥିତ ଥିବା ଜନତାଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ରଖିବା ପାଇଁ ଆଇନଜୀବୀ ଶ୍ରୀ ପାଢ଼ୀ ନିବେଦନ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୧----୭,୫୨

Blog Archive

Popular Posts