ଡେଲାଙ୍ଗ ପ୍ରିମିୟର ଲିଗ ମ୍ୟାଚର ୩ୟ ଦିବସ; ଡେଲାଙ୍ଗ ରେଡ ଓ ପିଙ୍କ ଦଳ ବିଜୟୀ
ଡେଲାଙ୍ଗ------ ଡେଲାଙ୍ଗ ପ୍ରିମିୟର ୨୦୨୧ଲିଗମ୍ୟାଚ ରେଞ୍ଚ ରେଳୱେ ପଡିଆରେ ଅନୁଷ୍ଠିତ ମ୍ୟାଚର ୩ୟ ଦିବସରେ ପ୍ରଥମ ମ୍ୟାଚ ଡେଲାଙ୍ଗ ରେଡ ଦଳ ସହିତ ଡେଲାଙ୍ଗ ବ୍ଳୁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ଡେଲାଙ୍ଗ ରେଡ ଦଳ ବ୍ୟାଟିଂ କରି ୧୦ ଓଭରରେ ୬ ଉଇକେଟ ହରାଇ ୧୦୩ ରନ କରିଥିଲା । ଜବାବରେ ବ୍ଳୁ ଦଳ ୧୦ ଓଭରରେ ୭ ଉଇକେଟ ହରାଇ ୮୨ ରନ କରିଥିଲା । ୨୧ରନରେ ଡେଲାଙ୍ଗ ରେଡ ଦଳ ବିଜୟୀ ହୋଇଥିଲା । ଅନ୍ୟ ମ୍ୟାଚରେ ଡେଲାଙ୍ଗ ପିଙ୍କି ଓ ଡେଲାଙ୍ଗ ବ୍ଳାକ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ପିଙ୍କ ଦଳ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୯୬ ରନ କରିଥିଲେ । ଜବାବରେ ଡେଲାଙ୍ଗ ବ୍ଳାକ ଦଳ ୧୨ ଓଭରରେ ୮୧ ରନରେ୯ ଉଇକେଟ ହରାଇ ୮୧ ରନ କରିଥିଲେ । କେଶବ ଚନ୍ଦ୍ର ଦାସ ଓ ସଞ୍ଜିତ କୁମାର ବଢ଼େଇ ଖେଳ ପରିଚାଳନା କରିଥିଲେ । ବିଜୟୀ ଦଳର ଅମ୍ବୁଜ ଖଟେଇ ଓ ସତ୍ୟେନ୍ଦ୍ର ମାହୁନ୍ତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ପ୍ରଦୀପ କୁମାର ସେଠୀ ଦୁଇ ଖେଳାଳୀଙ୍କୁ ମୃାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ । ଡିପିଏଲର ଆୟୋଜକ ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୧----୭,୫୨