Breaking News

ବେଣାପଞ୍ଜୁରୀ ଗ୍ରାମରେ ପୃଥକ ପୃଥକ ଭାବେ ବୋମାମାଡ ଘଟଣା ; ୧୧ କୋର୍ଟ ଚାଲାଣ

 ଜଟଣୀ----- ୮ ତାରିଖ ଅପରାହ୍ନରେ ଏକ ନିର୍ବନ୍ଧ କାର୍ଯ୍ୟରେ  କଟକ ଅଞ୍ଚଳରୁ ବେଣାପଞ୍ଜୁରୀ ଗ୍ରାମକୁ ଆସିଥିବା କେତେକ ଯୁବତୀମାନଙ୍କୁ ଗ୍ରାମର କେତେକ ଯୁବକମାନେ କମେଣ୍ଟ ମାରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମର ସାହିଦା ବିବିଙ୍କ ଘରକୁ ଏକାଧୀକ ବୋମାମାଡ କରିଥିବା ବେଳେ ତାଙ୍କ ପୁଅଙ୍କୁ ଭୂଜାଲିମାଡ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୁଲିସ ବେଣାପଞ୍ଜୁରୀ  ଗ୍ରାମର ମହମ୍ମଦ ହମସେର,ସେକ୍ ବସିର,ମହମ୍ମଦ ସନ ପ୍ରଭୃତିଙ୍କୁ ଗିରଫକରି ଜଟଣୀଥାନା କେଶନଂ ୧୨୯/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି  । ସେହିପରି ୨୦୧୯ ମସିହା ଫେବୃୟାରୀ ୧୮ ତାରିଖରେ ବେଣାପଞ୍ଜୁରୀ ଗ୍ରାମରେ ବୋମାମାଡ କରିଥିବା ଘଟଣାରେ ଫେରାର ଥିବା ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଜଟଣୀଥାନାରେ ୨୦୩/୧୯ରେ ମାମଲା ରୁଜୁ ହୋଇଥିଲ । ସେମାନେ ହେଲେ  ସବିର ଖାଁ୍‌,ସଲାମ ଖାଁ,ଇସଲାମ ଖାଁ,ଇସୁଫ ଖାଁ, ସେକ୍ ରମଜାନ,ଜବିର ଖାଁ, କାଲା ଖାଁ, ସେକ୍ ନିଜାମୁଦ୍ଧିନଙ୍କୁ ମଧ୍ୟ  କୋର୍ଟ ଚାଲାଣ କରାଯାଇଥିବା ଜଟଣୀ ଥାନା ପକ୍ଷରୁ ସୁଚନା ମିଳିଛି ।

ଜଟଣୀରୁ ରଙ୍ଗନାଥ ବେହେରା, ୧୪/୩/୨୦୨୧---୧୧,୧୦


Blog Archive

Popular Posts