Breaking News

ପରିତ୍ୟକ୍ତ ସରକାରୀ କ୍ୱାର୍ଟରରେ ରହୁଥିବା ନାବାଳିକାର ମୃତ୍ୟୁ

 


ଜଟଣୀ-----ପରିତ୍ୟକ୍ତ ସରକାରୀ କ୍ୱାର୍ଟରରେ ରହୁଥିବା ଜଣେ ନାବାଳିକାଙ୍କୁ  ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଛନ୍ତି । ରାତିରେ ଖାଇସାରି ସୋଇଥିବା ବେଳେ ସକାଳୁ ଗୁରୁତର ଅବସ୍ଥାରେ ତାର ପରିବାର ଲୋକେ ଦେଖିବାକୁ ପାଇଥିଲେ ।  ଚିକିତ୍ସାଧୀନ ରହିଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଜଟଣୀଥାନାରେ ଅଭିଯୋଗ ହୋଇଥିଲା ।  ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରସ୍ଥିତ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ନିକଟସ୍ଥ ବିଏସଏନଏଲ ଓ ପୋଷ୍ଟାଲ କଲୋନୀର ଏକ ପରିତ୍ୟକ୍ତ ଘରେ ବିହାର ଅଞ୍ଚଳର ଦେବାନନ୍ଦ ରାୟଙ୍କ ପରିବାର ରହି ବୁଲା ବ୍ୟବସାୟ କରୁଥିଲେ । ମାତ୍ର କିଛିଦିନ ହେଲା ଦେବାନନ୍ଦ ନିଜରାଜ୍ୟ ବିହାରକୁ ଯାଇଥିଲେ । ଘରେ ୩ଟି ଝିଅ ଏବଂ ୨ଟି ପୁଅ ରହିଥିଲେ । ପ୍ରତିଦିନଭଳି ପରିବାରବର୍ଗ ଶୁକ୍ରବାର ରାତିରେ ରାତି ଭୋଜନ ଖାଇସାରି ଶୋଇଯାଇଥିଲେ । ମାତ୍ର ଶନିବାର ସକାଳୁ ଦେବାନନ୍ଦଙ୍କ ମଧ୍ୟମା ଝିଅ ସୀମା ରାୟ(୧୬) ଅଚେତ ହୋଇ ପଡିରହିଥିଲେ । ତେଣୁ ନ ଉଠିବାରୁ ପରିବାର ଲୋକେ ପ୍ରଥମେ ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖୋର୍ଦ୍ଧାଜିଲା ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଜଟଣୀଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୁଲିସ ଏନେଇ ୧୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରଯାଇଛି ବୋଲି ତଦନ୍ତକାରୀ ପୁଲିସ ଅଫିସର ଏସଆଇ ସନ୍ତୋଷ ଜେନା ସୁଚନା ଦେଇଛନ୍ତି ।   ଜଟଣୀରୁ ରଙ୍ଗନାଥ ବେହେରା, ୧୪/୩/୨୦୨୧---୧୧,୦୫


Blog Archive

Popular Posts