Breaking News

ଛାତ ପଡିବାର ଅଳ୍ପ ସମୟ ପରେ ଛାତ ଭୁଷୁଡିଲା ; ଘଟଣା ଚପାଇବାକୁ ଯୋରସୋର ଉଦ୍ଦ୍ୟମ


 ସାକ୍ଷୀଗୋପାଳ-----ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୃଷି ଓ କୃଷି ବିଜ୍ଞାନ କେନ୍ଦ୍ର ଦୁଇଟି କାର୍ଯ୍ୟାଳୟ ରହିଛି । କୃଷି ବିଜ୍ଞାନ କେନ୍ଦ୍ରର ନିଜସ୍ୱ କାର୍ଯ୍ୟାଳୟ ପାଇଁ ଏକ ନୂତନ ଛାତ ଘର ନିର୍ମାଣଧୀନ ରହିଛି । ଶୁକ୍ରବାର ଦିନ ଉକ୍ତ ଛାତ ଢ଼ଳେଇ ପଡିଥିଲା । ମାତ୍ର ଢ଼ଳେଇ ପଡିବାର କିଛି ସମୟ ପରେ ତଳେ ଦିଆଯାଇଥିବା  ବାଉଁଶ ଠିଅ ଦବି ଯିବାରୁ ଛାତର କିଛି ଅଂଶ ତଳକୁ ଖସି ପଡିଥିଲା । ଏଥିରେ ଛାତର ରଡ ମଧ୍ୟ ଭିଡି ହୋଇଯାଇଥିଲା । ଏହାକୁ ଲୁଚାଇବାକୁ ଯାଇ ଅତି ତରବରିଆ ଭାବେ ଠିକାଦାର ପୁନର୍ବାର ସେଣ୍ଟି କରିବାସହ ରଡ ବାନ୍ଧି ଛାତ ପକାଇବାକୁ ଉଦ୍ଦ୍ୟମ ଆରମ୍ଭ କରିଥିବା ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ସେଠାରେ ଚାପ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟ ପକ୍ଷେ ସତ୍ୟବାଦୀରେ ଯେଉଁ ଘର ବା ରାସ୍ତା ଢ଼ଳେଇ ପଡୁଛି ସେ ଯାଗାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବା ସହକାରୀ ଯନ୍ତ୍ରୀ ରହୁନାହାନ୍ତି ବୋଲି ଅଭିଯୋଗ ହୋଇ ଆସୁଛି ।  ଏ ସମ୍ପର୍କରେ ଦୁଗଲ  ସରପଞ୍ଚ ପ୍ରକାଶ ଖଟେଇ କହନ୍ତି ଏ ଛାତର ସ୍ଥାୟୀତ୍ୱ ନେଇ ଏବେ ପ୍ରଶ୍ନ ଉଠିଛି । ଏବଂ ଘଟଣାକୁ ଚପାଇ ଦେବାକୁ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ଚେଷ୍ଠା କରୁଥିବା କଥାକୁ ସେ ସ୍ୱୀକାର ମଧ୍ୟ କରିଛନ୍ତି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୩/୨୦୨୧----୧୧,୧୫

Blog Archive

Popular Posts