ପୁରୀ ବୁଲିବାକୁ ଆସୁଥିବା ବେଳେ ଗାଡି ଧକ୍କା; ଆଇ, ନାତୁଣୀର ମୃତ୍ୟୁ
ସାକ୍ଷୀଗୋପାଳ ------ ପୁରୀ ବୁଲିବାକୁ ଆସୁଥବା ବେଳେ ବୋଲର ଗାଡି ରତ୍ନଚିରା ସେତୁର ବାଡରେ ମାଡ ହେବାରୁ ଆଇ, ନାତୁଣୀରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । କେନ୍ଧୁଝର ଜିଲ୍ଲାର ନନ୍ଦିଗଦା ଥାନା ଅନ୍ତର୍ଗତ ବେଗୁନିଆପଡା ଗ୍ରାମର ଏକ ପରିବାରର ସଦସ୍ୟ ମାନେ ପୁରୀ ବୁଲିବା ସହ ପିଲାର ମାନସିକ ଚୁଟି ପକାଇବା ପାଇଁ ଏକ ବୋଲର ଗାଡିରେ ପୁରୀ ଆସୁଥିଲେ । ୩୧୬ନଂ ଜାତୀୟ ଭୁବନେଶ୍ୱର- ପୁରୀ ରାଜପଥର ଚଣାଗୋରଡା ଛକ ଆଗରେ ରତ୍ନଚିରା ସଫେଇ ନାଳ ବ୍ରିଜରେ ବୋଲରଟି ଦ୍ରୁତ ଗତିରେ ଆସି ମାଡ ହୋଇଥିଲା । ଏପରିକି ବ୍ରିଜରେ ମାଡ ହେବା ଫଳରେ ଗାଡିର ଇଞ୍ଜିନଟି ଭାଙ୍ଗି ଚୁରୁମାର ହୋଇଯାଇଛି । ଗାଡି ନଂ ଓଡି- ୦୪- ସି- ୨୪ ୮୪ । ଗାଡିରେ ଡ୍ରାଇଭରକୁ ମିଶାଇ ମୋଟ ୧୫ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ପୁରୁଷ, ୫ଜଣ ମହିଳା ୪ଜଣ ଶିଶୁ ରହିଥିଲେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ସାକ୍ଷୀଗୋପାଳ ମେଡିକାଲରେ ସମସ୍ତଙ୍କୁ ଚିକିତ୍ସା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ୧୨ ଜଣଙ୍କ ଅବସ୍ଥା ଉଦବେଗ ଜନିତ ହେବାରୁ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଥିବା ସାକ୍ଷୀଗୋପାଳ ମେଡିକାଲ ସୁତ୍ରରୁ ପ୍ରକାଶ । ମୃତକ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀପିୟା ରଣା (୫୮) , ଲିପିକା ପିୟଦର୍ଶନୀ ସାହୁ (୪) ଏହି ଦୁଇଜଣ ଆଇ ନାତୁଣୀ ବୋଲି ଜଣାପଡିଛି । ଆହତ ବ୍ୟକ୍ତି ହେଲେ ସଞ୍ଜୟ ସାହୁ ( ୩୮), ଦିବ୍ୟ ଜ୍ୟୋତି ସାହୁ, (୧୦), ରାଧାରାଣୀ ସାହୁ ( ୩୦), ଲକ୍ଷ୍ମୀପିୟା ସାହୁ(୨୧), ରାମଚନ୍ଦ୍ର ସାହୁ (୩୫), ଝୁନୁଲତା ସାହୁ (୨୬), ଶୁଭଜ୍ୟୋତି ସାହୁ (୧), ଶୁଭାଙ୍ଗୀଶୁଭ ବର୍ଷୀଣି ସାହୁ (୧୦), କାଳନ୍ଦୀ ଚନ୍ଦ୍ର ସାହୁ, (୩୫), ରଶ୍ମିତା ବେହେରା (୨୩), ବସନ୍ତ ସାହୁ(୩୪) ଓଆଶିଷ କୁମାର ସାହୁ (୩୦) ବୋଲି ଜଣାପଡିଛି । ସତ୍ୟବାଦୀ ପୋଲିସ ଗାଡିଟିକୁ ଜବତ କରିବା ସହ ଶବ ଜବତ କରି ବ୍ୟବଛେଦ କରିବା ପାଇଁ ପୁରୀ ପଠାଇଛନ୍ତି । ଏକ କେସରୁଜ କରି ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୩/୨୦୨୧----୪,୫୦